ନୂଆଦିଲ୍ଲୀ– ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଯୋଧ୍ୟାରେ \’ଶ୍ରୀ ରାମ ଜନ୍ମଭୂମି ମନ୍ଦିର\’ ଭିତି ପ୍ରସ୍ତର ସ୍ଥାପନ ସହିତ ସାଧାରଣ ସଭାରେ ଯୋଗଦେବେ ।
କାର୍ଯ୍ୟକ୍ରମ ପୂର୍ବରୁ ପ୍ରଧାନମନ୍ତ୍ରୀ ହନୁମାନଗରୀରେ ପୂଜା ଏବଂ ଦର୍ଶନ କରିବେ । ଏହା ପରେ ସେ ଶ୍ରୀ ରାମ ଜନ୍ମଭୂମି ସ୍ଥଳକୁ ଯାତ୍ରା କରିବେ ଯେଉଁଠାରେ ସେ \’ଭଗବାନ୍ ଶ୍ରୀ ରାମଲାଲା ବିରାଜମାନ\’ଙ୍କ ପୂଜା ଏବଂ ଦର୍ଶନ କରିବେ । ଏହାପରେ ସେ ଏକ ପାରିଜାତ ଚାରା ରୋପଣ କରିବେ ଏବଂ ପରବର୍ତ୍ତୀ ସମୟରେ ଭୂମି ପୂଜନ କରିବେ ।
ପ୍ରଧାନମନ୍ତ୍ରୀ ଭିତିିପ୍ରସ୍ତର ସ୍ଥାପନ କରିବା ପରେ \’ଶ୍ରୀ ରାମ ଜନ୍ମଭୂମି ମନ୍ଦିର’ ଉପରେ ଏକ ସ୍ମାରକୀ ଡାକ ଟିକଟ ମଧ୍ୟ ଉନ୍ମୋଚନ କରିବେ ।