ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୦୧ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧୮୧୨ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୮୫, ବାଲେଶ୍ୱର ଜିଲ୍ଲାରେ ୧୧୫୯, ବରଗଡ ଜିଲ୍ଲାରେ ୪୮୭, ଭଦ୍ରକ ଜିଲ୍ଲାରେ ୮୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୫୩୦ . ବୌ ଦ୍ଧ ଜିଲ୍ଲାରେ ୧୫୪, କଟକ ଜିଲ୍ଲାରେ ୨୬୨୬, ଦେବଗଡ ଜିଲ୍ଲାରେ ୯୬, ଢେଙ୍କାନାଳ ଜିଲ୍ଲାରେ ୪୨୫. ଗଜପତି ଜିଲ୍ଲାରେ ୧୭୭୫, ଜଗତସିଂହପୁର ଜିଲ୍ଲାରେ ୮୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୪୨୬, ଝାରସୁଗୁଡା ଜିଲ୍ଲାରେ ୩୪୩, କଳାହାଣ୍ଡି ଜିଲ୍ଲାରେ ୩୧୯, କନ୍ଧମାଳ ୬୯୮, କେନ୍ଦ୍ରାପଡା ଜିଲ୍ଲାରେ ୫୭୪, କେନ୍ଦୁଝର ଜିଲ୍ଲାରେ ୯୩୬, ଖୋର୍ଧା ଜିଲ୍ଲାରେ ୫୩୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୧୦୦୬ , ମାଲକାନଗିରି ଜିଲ୍ଲାରେ ୭୦୧, ମୟୁରଭଂଜ ଜିଲ୍ଲାରେ ୭୬୪. ନବରଙ୍ଗପୁର ଜିଲ୍ଲାରେ ୩୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୭୭୭, ନୂଆପଡା ଜିଲ୍ଲାରେ ୧୫୮ , ପୁରୀ ଜିଲ୍ଲାରେ ୯୯୨, ରାୟଗଡା ଜିଲ୍ଲାରେ ୧୧୫୪. ସମ୍ବଲପୁର ଜିଲ୍ଲାରେ ୭୩୫. ସୁବର୍ଣପୁର ଜିଲ୍ଲାରେ ୧୧୩ ଓ ସୁନ୍ଦରଗଡ ଜିଲ୍ଲାରେ ୧୭୦୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।