କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ, ଦୋଳମଣ୍ଡପ ସାହିର ହାବେଳି ଗଳିରେ ରହୁଥିବା ଯୁବ ପ୍ରାଣୀ ପ୍ରେମୀ ସନ୍ତୋଷ ଶେଖର ମହାନ୍ତି ନିଜ ଜନ୍ମଦିନ ନିଆରା ଢଙ୍ଗରେ ପାଳନ କରିଛନ୍ତି |ସେ ନିଜ ଜନ୍ମଦିନ ଅବସରରେ ଗୋ ମାତାଙ୍କୁ ପୂଜା କରିବା ସହିତ କଦଳୀ ଏବଂ ଫଳ ଖାଇବାକୁ ଦେଇଛନ୍ତି |ନିଜ ଜନ୍ମଦିନ ଅବସରରେ ଆଣିଥିବା କେକ ଟିକୁ କାଟି ପୁରୀ ସହରରେ ବୁଲୁଥିବା କୁକୁର ମାନଙ୍କୁ ଖାଇବାକୁ ଦେଇଥିଲେ |ସେ କରୋନା ମହାମାରୀ ସଙ୍କଟ ସମୟରେ ମଧ୍ୟ ପଛଘୁଞ୍ଚା ନ ଦେଇ ସହରରେ ବୁଲୁଥିବା ଗାଈ, ଷଣ୍ଢ, ଓ କୁକୁର ମାନଙ୍କୁ ଅନେକ ଥର ରନ୍ଧା ଖାଦ୍ୟ ଖାଇବାକୁ ଦେଇଛନ୍ତି | ତାଙ୍କର ଏଭଳି କାମ ପାଇଁ ସେ ଅନେକ ଥର ପ୍ରସଂଶା ପାଇଛନ୍ତି |