
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୪/୦୮/୨୦୨୦, ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସମ୍ପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ଅଯୋଧ୍ୟା ପ୍ରଭୁ ଶ୍ରୀରାମ ମନ୍ଦିର ଶିଳାନ୍ୟାସ ଉଦେଶ୍ୟରେ ରାଧାବଲ୍ଲଭ ମଠରେ ସାମୁହିକ ସୁନ୍ଦରକାଣ୍ଡ ପାଠ କରାଯାଇଛି |ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡା ପ୍ରଭୁ ଶ୍ରୀରାମଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି କି ବିଶ୍ୱର କଲ୍ୟାଣ ହେବା ସହିତ କରୋନା ମହାମାରୀ ରୁ ସମସ୍ତଙ୍କୁ ପ୍ରଭୁ ଶ୍ରୀରାମ ରକ୍ଷା କରନ୍ତୁ |
ରାଧାବଲ୍ଲଭ ମଠର ମହନ୍ତ ଶ୍ରୀ ରାମକୃଷ୍ଣ ଦାସଜୀ ମହାରାଜ ଏବଂ ଶ୍ରୀରାମ ସୁନ୍ଦରକାଣ୍ଡ ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଓ ସଂପାଦକ ପଣ୍ଡିତ ବିଷ୍ଣୁ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ପଣ୍ଡିତ ମାନେ ହେଲେ ପଣ୍ଡିତ ସୌମ୍ୟ ରଞ୍ଜନ ପଣ୍ଡା, ହିମାଂଶୁ ମିଶ୍ର, ହିମାଂଶୁ ଶତପଥି, ଲଷ୍ମୀ ନାରାୟଣ କର, ସୌମ୍ୟ ରଞ୍ଜନ ଆଚାର୍ଯ୍ୟ, ପଣ୍ଡିତ କାର୍ତ୍ତିକ ପଣ୍ଡା, ଘନଶ୍ୟାମ, ବୃନ୍ଦାବନ, ଏବଂ ଉପସ୍ଥିତ ମଠର ଅନ୍ୟ ସାଧୁ ମାନେ ସାମୁହିକ ସୁନ୍ଦରକାଣ୍ଡ ପାଠ କରିବା ସହିତ ବିଶ୍ୱର କଲ୍ୟାଣ ଏବଂ କରୋନା ମହାମାରୀ ରୁ ସମସ୍ତଙ୍କୁ ପ୍ରଭୁ ଶ୍ରୀରାମ ରକ୍ଷା କରନ୍ତୁ ସେଥିପାଇଁ ସାମୁହିକ ପ୍ରାର୍ଥନା କରିଥିଲେ |କରୋନା ନିୟମକୁ ପାଳନ କରିବା ସହିତ ସାମାଜିକ ଦୂରତ୍ୱ ରଖି ଏହି ପୂଜା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା |