ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୨୮୮ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୧୬୧୧ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୮୧, ବାଲେଶ୍ୱର ଜିଲ୍ଲାରେ ୧୧୨୮, ବରଗଡ ଜିଲ୍ଲାରେ ୪୭୩, ଭଦ୍ରକ ଜିଲ୍ଲାରେ ୭୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୫୧୯ . ବୌ ଦ୍ଧ ଜିଲ୍ଲାରେ ୧୫୩, କଟକ ଜିଲ୍ଲାରେ ୨୪୫୮, ଦେବଗଡ ଜିଲ୍ଲାରେ ୯୬, ଢେଙ୍କାନାଳ ଜିଲ୍ଲାରେ ୪୨୦. ଗଜପତି ଜିଲ୍ଲାରେ ୧୭୦୦, ଜଗତସିଂହପୁର ଜିଲ୍ଲାରେ ୭୮୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୪୦୨, ଝାରସୁଗୁଡା ଜିଲ୍ଲାରେ ୩୩୩, କଳାହାଣ୍ଡି ଜିଲ୍ଲାରେ ୩୦୬, କନ୍ଧମାଳ ୬୭୮, କେନ୍ଦ୍ରାପଡା ଜିଲ୍ଲାରେ ୫୩୭, କେନ୍ଦୁଝର ଜିଲ୍ଲାରେ ୮୫୬, ଖୋର୍ଧା ଜିଲ୍ଲାରେ ୫୧୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୯୭୫ , ମାଲକାନଗିରି ଜିଲ୍ଲାରେ ୬୬୩, ମୟୁରଭଂଜ ଜିଲ୍ଲାରେ ୭୪୯. ନବରଙ୍ଗପୁର ଜିଲ୍ଲାରେ ୩୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୭୧୭, ନୂଆପଡା ଜିଲ୍ଲାରେ ୧୫୮ , ପୁରୀ ଜିଲ୍ଲାରେ ୯୧୯, ରାୟଗଡା ଜିଲ୍ଲାରେ ୧୧୩୨. ସମ୍ବଲପୁର ଜିଲ୍ଲାରେ ୬୬୩. ସୁବର୍ଣପୁର ଜିଲ୍ଲାରେ ୧୧୦ ଓ ସୁନ୍ଦରଗଡ ଜିଲ୍ଲାରେ ୧୬୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।