ଜଗନ୍ନାଥ ପ୍ରସାଦ ରୁ ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ
ଗଞ୍ଜାମ ଜଗନ୍ନାଥପ୍ରସାଦ ବ୍ଳକ ବଣିଆପଲ୍ଲୀ ଗାଁରେ ଏକ ନିଆରା ଢଙ୍ଗରେ ରାକ୍ଷୀପୂଣ୍ଣିମା ପାଳିତ ହୋଇଯାଇଛି । ଗାଁର ପୁରୁଷ ମହିଳା ପୁଅ ଓ ଝିଅ ମାନେ ଜଙ୍ଗଲ କୁ ଯାଇ ବିଭିନ୍ନ ଗଛକୁ ରାକ୍ଷୀ ବାନ୍ଧିଛନ୍ତି । ଶାଳୁଆ ଗଛର ପତ୍ରକୁ ମାସ୍କ କରି ପରିଧାନ କରିବା ସହ ବୃକ୍ଷ ହିଁ ଆମ ଯିବନ ଏଣୁ ତୁହି ଆମକୁ ରକ୍ଷା କରୁଥା କହି ବୃକ୍ଷ ଦେହରେ ରକ୍ଷା ବନ୍ଧନ କରିଛନ୍ତି । ଦୀର୍ଘ ବର୍ଷ ହେଲା ଏହି ଗାଁରେ ମା କନ୍ଧୁଣିଦେବୀ ବନ ସଂରକ୍ଷଣ ସମିତି ଗଠନ କରି ଗ୍ରାମ ବାସୀ ଜଙ୍ଗଲ ସୁରକ୍ଷା ଦାୟିତ୍ୱ ହାତକୁ ନେଇଛନ୍ତି । ନୂତନ ଜଙ୍ଗଲ ସୃଷ୍ଟି କରିବା ସହ ବନ୍ୟଜନ୍ତୁ ଶିକାର, କାଠ ଚୋରି ଆଦିକୁ ରୋକିବାରେ ସକ୍ଷମ ହୋଇଛନ୍ତି । ଶାଳ ବୃକ୍ଷ ର ପତ୍ରକୁ ମାସ୍କ ଭଳି ପିନ୍ଧି ସାମାଜିକ ଦୂରତା ପ୍ରତି ନଜର ରଖି ଗ୍ରାମବାସୀ ଶାଳୁଆ ଜଙ୍ଗଲରେ ରାକ୍ଷୀପୂଣ୍ଣୀମା ପାଳନ କରିଛନ୍ତି । ସଭାପତି ବିଶ୍ୱନାଥ ନାଇକ ଓ ବଲ୍ଲଭ ନାଇକ ଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଗତ କିଛି ବର୍ଷ ହେଲା ସେମାନେ ଏଭଳି ରାକ୍ଷୀପୂଣ୍ଣୀମା ପାଳନ କରୁଥିବା ପ୍ରକାଶ କରିଛନ୍ତି ।