
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୩/୦୮/୨୦୨୦,ବିଶ୍ୱ ବ୍ରହ୍ମାଣ୍ଡ ର ଆରାଧ୍ୟ ଦେବତା ଓ ଜଗତର ନାଥ ମହାପ୍ରଭୁ ଶ୍ରୀଜଗନ୍ନାଥ ନିକଟରେ ମାନବ ଜାତିର ରକ୍ଷା ନିମନ୍ତେ ଏବଂ ବିଜେପି ର ବରିଷ୍ଠ ନେତା ଓ ଦେଶର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇଛି |ପୁରୀଜିଲ୍ଲା ଭାରତୀୟ ଜନତା ପାର୍ଟି ତରଫରୁ କରୋନା ସଂକ୍ରମଣରେ ଆକ୍ରାନ୍ତ ହୋଇ ହସ୍ପିଟାଲ ରେ ଚିକିତ୍ସା ଚାଲିଥିବା ଭାରତର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା କିଭଳି ଜଲଦି ସୁସ୍ଥ ହେବେ ଏବଂ ସାରା ବିଶ୍ୱ କିଭଳି କରୋନା ମହାମାରୀ ରୁ ରକ୍ଷା ପାଇବ ସେ ଉଦେଶ୍ୟରେ ମଧୁ ସୁଦନ ସିଂଘାରି ଏକ ବିଶାଳ ଦୀପଦାନ କରିଛନ୍ତି |ଏହି ମହାନ କାର୍ଯ୍ୟକୁ ନିଜେ ଉପସ୍ଥିତ ରହି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ପରିଚାଳନା କରିଥିଲେ |ଦୀପଦାନ ସମୟରେ ମଧୁସୂଦନ ସିଂଘାରି, ଜୟନ୍ତ କୁମାର ଷଡ଼ଙ୍ଗୀ, ସୋମନାଥ ଖୁଣ୍ଟିଆ, କୃଷ୍ଣ ଚନ୍ଦ୍ର ସାମନ୍ତରା, ଭବାନୀ ଦାସମହାପାତ୍ର, ଅକ୍ଷୟ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ |