କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ,୦୩/୦୮/୨୦୨୦,ଅଯୋଧ୍ୟାରେ ଶିଳାନ୍ୟାସ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଉଦେଶ୍ୟରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏକ ସ୍ୟାଣ୍ଡ ଆନିମେସନ ବନାଇଛନ୍ତି |ସେ କହିଛନ୍ତି ଯେ ସାରା ବିଶ୍ୱ ଏହି ଭବ୍ୟ ମନ୍ଦିରକୁ ଅପେକ୍ଷା କରିଛନ୍ତି କାରଣ ସେହି ମନ୍ଦିରରେ ପ୍ରଭୁ ଶ୍ରୀରାମ,ମାତା ସୀତା ଓ ପ୍ରଭୁ ଲକ୍ଷ୍ମଣ ପୂଜା ପାଇବେ |ଭାରତ ବର୍ଷର କୋଣ ଅନୁକୋଣରୁ ଏହି ଭବ୍ୟ ମନ୍ଦିରର ଶିଳାନ୍ୟାସ ଉଦେଶ୍ୟରେ ମୃତ୍ତିକା, ଜଳ,ପଞ୍ଚରତ୍ନ ଏବଂ ଅନେକ ମୂଲ୍ୟବାନ ପଦାର୍ଥ ପ୍ରଭୁତି ପଠାଯାଇଛି |ଶ୍ରୀରାମ ମନ୍ଦିର ନିର୍ମାଣରେ ନିୟୋଜିତ ଥିବା କାରିଗର ମାନେ ଅନେକ ଚେଷ୍ଟିତ ଅଛନ୍ତି |ପ୍ରଭୁ ଶ୍ରୀରାମଙ୍କ କିଭଳି ଏକ ଭବ୍ୟ ମନ୍ଦିର ହେବ ସେଥିପାଇଁ ସମସ୍ତେ ଯତ୍ନବାନ ଏବଂ ପ୍ରୟତନ୍ନ ଶୀଳ ଅଛନ୍ତି |ଆଜି ଆମେ ସ୍ୟାଣ୍ଡ ଆନିମେସନ ଜରିଆରେ ଏକ ଭବ୍ୟ ମନ୍ଦିର ନିର୍ମାଣ କରିବାକୁ ଚେଷ୍ଟା କରିଛୁ କିନ୍ତୁ ପ୍ରକୃତ ପ୍ରଭୁଙ୍କର ଆନନ୍ଦ ଆମେ ସେହି ମନ୍ଦିରରୁ ହିଁ ପାଇପାରିବା କାରଣ ପ୍ରତେକ ବ୍ୟକ୍ତିଙ୍କ ଇଚ୍ଛା ଅଛି ସେହି ମନ୍ଦିରରେ ପ୍ରଭୁଙ୍କର ଦର୍ଶନ ପାଇବା ପାଇଁ |ଏହି ସ୍ୟାଣ୍ଡ ଆନିମେସନ ଟି କରିବା ପାଇଁ ଆମକୁ ପ୍ରାୟ ଚବିଶ ଘଣ୍ଟାରୁ ଉର୍ଦ୍ଧ ସମୟ ଲାଗିଥିଲା|
Related Stories
November 22, 2024