ବ୍ରହ୍ମପୁର: ଜିଲ୍ଲାରେ ସୋମବାର ୩୩୧ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩୫୪ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ସୋମବାର ୩ଜଣ କୋଭିଡ୍ରେ ଓ ଅନ୍ୟଜଣେ ଅଣକୋଭିଡରେ ମୃତ୍ୟୁବରଣ କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୧୩ରେ ପହଁଚିଛି । ଏଥିମଧ୍ୟରେ ୧୦୬ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୭ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ସୋମବାର ୩୩୧ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୧୧ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୨ଜଣ ରାଜ୍ୟ ଫେରନ୍ତା ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୩୧୮ଜଣ ରହିଛନ୍ତି । ୧୧ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବିଏମ୍ସି ୩, ବେଲଗୁଣ୍ଠା ୨, ଛତ୍ରପୁର ୩, ପୁରୁଷୋତ୍ତମପୁର ୧ ଓ ରଙ୍ଗେଇଲୁଣ୍ଡା ବ୍ଲକ୍ରୁ ୨ଜଣ ରହିଛନ୍ତି । ରାଜ୍ୟ ଫେରନ୍ତା ୨ଜଣ ବେଲଗୁଣ୍ଠା ଓ ଚିକିଟି ବ୍ଲକ୍ରୁ ଜଣେ ଲେଖାଏଁ ରହିଛନ୍ତି । ସେହିପରି ୩୧୮ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨୧, ବେଗୁନିଆପଡା ୩, ବେଲଗୁଣ୍ଠା ୧୬, ବିଏମ୍ସି ୫୧, ଭଞ୍ଜନଗର ୧୬, ବୁଗୁଡା ୫, ଛତ୍ରପୁର ୧୪, ଚିକିଟି ୨୮, ଧରାକୋଟ ୬,଼ ଦିଗପହଣ୍ଡି ୧୨, ଗଞ୍ଜାମ ୨୫, ହିଞ୍ଜିଳିକାଟୁ ୧୮, ଜଗନ୍ନାଥପ୍ରସାଦ ୧, କବିସୂର୍ଯ୍ୟନଗର ୪, ଖଲ୍ଲିକୋଟ ୧୦, କୁକୁଡାଖଣ୍ଡି ୧୭, ପାତ୍ରପୁର ୨୧, ପୋଲସରା ୪, ପୁରୁଷୋତ୍ତମପୁର ୧୦, ରଙ୍ଗେଇଲୁଣ୍ଡା ୧୨, ସାନଖେମୁଣ୍ଡି ୮, ସୋରଡା ବ୍ଲକ୍ରୁ ୧୨ ଓ ଅନ୍ୟାନ୍ୟ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୧୩୨୩ରେ ପହଞ୍ôଚଥିବା ବେଳେ ୧୦୫ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ସୋମବାର ୩୫୪ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୭୮୭୮ରେ ପହଂଚିଛି । ଜିଲ୍ଲାରେ ଏବେ ୩୩୩୨ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।
Related Stories
November 22, 2024