-
୩୨୮ଟି ଦୋକାନରୁ ୩୦୯୫୭୫୦ଟଙ୍କା ଜୋରିମାନା ଆଦାୟ
Related Stories
November 23, 2024
ବ୍ରହ୍ମପୁର: ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧିନସ୍ଥ ସମସ୍ତ ବ୍ଲକ୍ ଓ ଏନ୍ଏସି ଅଞ୍ଚଳରେ ଗତ ୧୩ତାରିଖ ଠାରୁ ୩୧ତାରିଖ ମଧ୍ୟରେ କୋଭିଡ୍ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ୩୨୮ଟି ଦୋକାନକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଓ ଉପଜିଲ୍ଲାପାଳଙ୍କ ତତ୍ତ୍ୱାବଧାନରେ ଏନ୍ଫୋର୍ସମେଣ୍ଟ ଟିମ୍ ସିଲ୍ କରିଥିଲା । ଏହାସହ ୫୩ଟି ମାମଲା ରୁଜୁ ହୋଇଥିଲା । ସିଲ୍ ହୋଇଥିବା ଦୋକାନୀଙ୍କ ଠାରୁ ୩୦୯୫୭୫୦ଟଙ୍କା ଜୋରିମାନା ଆଦାୟ କରାଯାଇଛି । ଜିଲ୍ଲାରେ ଏବେ ଲକ୍ ଡାଉନ୍ ୩ ଚାଲିଥିବା ବେଳେ ଦୋକାନୀମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସିଲ୍ ହୋଇଥିବା ଦୋକାନୀଙ୍କୁ ସେମାନଙ୍କ ବ୍ୟବସାୟ ପାଇଁ ଖୋଲିବାକୁ ନିର୍ଦ୍ଦେଶନାମା ଜାରି କରିବା ସହ କୋଭିଡ୍ ନିୟମ ପାଳନକରି ବ୍ୟବସାୟ କରିବାକୁ କହିଛନ୍ତି । ଏହି ମର୍ମରେ ଉପଜିଲ୍ଲାପାଳ ସମସ୍ତ ସିଲ୍ ହୋଇଥିବା ଦୋକାନୀଙ୍କ ଠାରୁ ଜୋରିମାନା ଆଦାୟକରି ଖୋଲିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।