-
୩୦ୟୁନିଟ୍ ରକ୍ତ ସଂଗୃହିତ
Related Stories
November 23, 2024
ବ୍ରହ୍ମପୁର: କରୋନା ସଙ୍କଟ ଭିତରେ ରାଜ୍ୟରେ ଦେଖାଦେଇଛି ରକ୍ତର ଅଭାବ । ରାଜ୍ୟରେ ୮୦ହଜାର ରକ୍ତଜନୀତ ରୋଗୀ ଥିବାବେଳେ ୫୬ଟି ରକ୍ତ ଭଣ୍ଡାର ଥିଲେ ମଧ୍ୟ ଆବଶ୍ୟକତା ଅନୁଯାୟୀ ରକ୍ତନାହିଁ । ଏଥିପାଇଁ ରକ୍ତ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା ନିଜ ସହକର୍ମୀଙ୍କୁ ନେଇ ଗତ ଶୁକ୍ରବାର ଦିନ ବ୍ରହ୍ମପୁର ଏମ୍କେସିଜି ରକ୍ତ ଭଣ୍ଡାରରେ ରକ୍ତଦାନ କାର୍ଯ୍ୟକ୍ରମର ଆରମ୍ଭ କରିଥିଲେ । ରକ୍ତଦାନ କାର୍ଯ୍ୟକ୍ରମର ଚତୁର୍ଥ ଦିନ ସୋମବାର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ସାହାଯ୍ୟରେ ରକ୍ତଦାନ କାର୍ଯ୍ୟକ୍ରମ ହୋଇଥିଲା । ଏଥିରେ ମୋଟ ୩୦ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ଓଡ଼ିଶା ମୋ ପରିବାର ଓ ଜୀବନ ବିନ୍ଦୁର ମିଳିତ ଆନୁକୂଲ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏମ୍କେସିଜି ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଜଣାପଡିଛି । ରକ୍ତଦାନ ଶିବିରରେ ବହୁ ଦଳୀୟ କର୍ମୀ ଓ ସ୍ୱେଚ୍ଛାସେବୀ ଯୋଗଦେଇ ରକ୍ତଦାନ କରିଥିବାରୁ ବିଧାୟକ ବିକ୍ରମ ପଣ୍ଡା ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । କୋଭିଡ ନିର୍ଦ୍ଦେଶବଳୀ ପାଳନକରି ରକ୍ତଦାନ ଶିବିର ଆୟୋଜନ କରାଯାଇଥିବା ଜଣାପଡିଛି । କାର୍ଯ୍ୟକ୍ରମରେ ବିଜେଡି ନେତା ସଞ୍ଜିତ ପାଣିଗ୍ରାହୀ, ମଦନ ଦଳାଇ, ସୁରେନ୍ଦ୍ର ମହାରଣା, ସୁନୀଲ ପଣ୍ଡା, ବିଜୟ ସାମଲଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।