-
ଶିଶୁକନ୍ୟା ସୁସ୍ଥ ଥିବା ଡାକ୍ତରଙ୍କ ସୂଚନା

ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜିର ଶିଶୁଶଲ୍ୟ ବିଭାଗରେ ଗତ ରବିବାର ଦିନ ଏକ ବିରଳ ଅସ୍ତ୍ରପ୍ରଚାରକରି ପ୍ରଶଂସାର ପାତ୍ର ହୋଇଛନ୍ତି ଶଲ୍ୟ ବିଭାଗର ଡାକ୍ତରଗଣ ସୋମବାର ଶିଶୁକନ୍ୟାଟି ସୁସ୍ଥ ଥିବା ସୂଚନା ଦେଇଛନ୍ତି । କ୍ଷତ ସୁଖିବା ପାଇଁ ଆଉ ୪୮ଘଣ୍ଟା ସମୟ ଲାଗିବ । ଛୁଆଟି ଆଜି ମଧ୍ୟାହ୍ନରେ ଭୋକ ହେଉଛି ଖାଇବାକୁ ଦିଅ କହିଥିବା ଅସ୍ତ୍ରପ୍ରଚାର କରିଥିବା ଡାକ୍ତର ପ୍ରଣୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ସୂଚନାଥାଉକି, ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣାପାଟ ଗ୍ରାମରେ ମାମୁଁ ଘରକୁ ଆସିଥିବା ୪ବର୍ଷର ଶିଶୁକନ୍ୟାଟି ଛାତ ଉପରେ ଖେଳୁଥିବା ବେଳେ ଅସାବଧାନତା କାରଣରୁ ଗୋଡ ଖସିଯିବା ଫଳରେ ପାଖରେ ଥିବା ଏକ ଲୁହା ରଡ୍ ଥୋଡିରେ ପଶି ପାଟି ବାହାରକୁ ଚାଲି ଯାଇଥିଲା । ପିଲାଟି କାନ୍ଦିବାକୁ ପରିବାର ଲୋକେ ଲୁହା ରଡ୍କୁ କାଟି ଏମ୍କେସିଜିରେ ଭର୍ତ୍ତି କରିଥିଲେ । ପରେ ଶିଶୁଶଲ୍ୟ ବିଭାଗର ୪ଜଣିଆ ଡାକ୍ତରୀ ଦଳ ୧ଘଣ୍ଟା ଅସ୍ତ୍ରପ୍ରଚାରକରି ଶିଶୁତ ଥୋଡିରୁ ରଡ୍ ବାହାର କରିଥିଲେ । ଅସ୍ତ୍ରପ୍ରଚାରର ୨୪ଘଣ୍ଟାପରେ ଶିଶୁକନ୍ୟାଟି ସୁସ୍ଥ ଥିବା ଓ ଆଜି ଖାଇବାକୁ ମାଗିଥିବା ଅସ୍ତ୍ରପ୍ରଚାର କରିଥିବା ଡାକ୍ତରୀ ଦଳ ସୂଚନା ଦେଇଛନ୍ତି ।