ଜଗନ୍ନାଥ ପ୍ରସାଦ -:ଜଗନ୍ନାଥ ପ୍ରସାଦ ବ୍ଲକଅନ୍ତର୍ଗତ ପଞ୍ଚଭୂତି ଗ୍ରାମର ଗୌଡ଼ ସାହିରେ ଆଜି ସୋମବାର ଦେଖିବାକୁ ମିଳିଛି ଏକ ଅଭାବ ନିଅ ଘଟଣା l ଜଣେ ଅବସର ଶିକ୍ଷକ ଙ୍କ ମୃତ ଦେହ କୁ କରୋନା ଭୟ ରେ ଛୁଇଁ ଲେନି ସାହି ଲୋକେ l ଖବର ରୁ ପ୍ରକାଶ ଆଜି ସୋମବାର ସକାଳ 8 ଟା ସମୟରେ ଜଗନ୍ନାଥ ପ୍ରସାଦ ମେଡିକାଲ କୁ ଗଣେଷ ଙ୍କୁ ଜ୍ୱର ଚିକିତ୍ସା ପାଇଁ ଅଟୋ ଯୋଗେ ସ୍ତ୍ରୀ ପୁଷ୍ପଲତା ଆଣିଥିଲେ ସେଠାରେ ଅଟୋରେ ତାଙ୍କ ମୃତ ହୋଇଥିଲା l ଚାରି ଦିନ ତଳେ ବଡ଼ ଭାଇ ବିନାୟକ ଶତପଥି ଙ୍କ ହୃଦଘାତ ରୋଗରେ ମୃତ ହୋଇଥିଲା l ଯାହାକୁ ସାନ ଭାଇ ଗଣେଶ ଗ୍ରାମରେ ବଡ଼ ଭାଇ ର ମୃତ କୋରାନl ଯୋଗୁଁ ହୋଇଥିବା ଗାଁ ରେ କହିବୁଲି ଥିଲେ l
ଆଜି ସେ ନିଜେ ମୃତ ହେବାରୁ ଗ୍ରାମ ଲୋକେ ସତରେ କରୋନା ଜନିତ ମୃତ ହୋଇଥିବା ଅନୁମାନ କରି ସାହି ର ଲୋକେ କେହିବି ଛୁଇଁ ବାକୁ ରାଜି ହୋଇନଥିଲେ l ଦୀର୍ଘ 6 ଘଣ୍ଟା ଗାଁ ଦାଣ୍ଡରେ ଶବ ପଡି ରହିଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା କିଛି ସମୟ ପରେ ବ୍ଲକର ବିସିକେଶନ ପ୍ରଧାନ (OSD), COVID-19 ବସନ୍ତ ସାହୁ, ଗୋରା ଚାନ୍ଦ ସାହୁ ଉପସ୍ଥିତ ରହି ଶବ ସତ୍କାର ନିମନ୍ତେ ସ୍ମଶାନ କୁ ପଠାଇ ଥିଲେ ସେଠାରେ ଗ୍ରାମ ବାସି ପିପି କିଟ ଏବଂ ହେଣ୍ଡ ଗ୍ଲୋବ ପିନ୍ଧି ଶବକୁ ଦାହ କରିଥିଲେ l
ଜଗନ୍ନାଥ ପ୍ରସାଦ ରୁ
ଚିତ୍ତରଞ୍ଜନ ଗନ୍ତାୟତ ଙ୍କ ରିପୋର୍ଟ