ଭୁବନେଶ୍ୱର– ରାଜ୍ୟରେ ଆଉ ୧୩୮୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୬୨୯୭ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ଆଜି ଚିହ୍ନଟ ହୋଇଥିବା ୧୩୮୪ ଜଣଙ୍କ ମଧ୍ୟରୁ ୮୭୩ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୫୧୧ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୬ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ୩୩୧ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧୩, ବାଲେଶ୍ୱର ଜିଲ୍ଲାରେ ୭୯ ଜଣ, ବରଗଡ ଜିଲ୍ଲାରେ ୩୩, ଭଦ୍ରକ ଜିଲ୍ଲାରେ ୨୫, ବଲାଙ୍ଗିର ଜିଲ୍ଲାରେ ୫୧. କଟକ ଜିଲ୍ଲାରେ ୮୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ୧୧, ଗଜପତି ଜିଲ୍ଲାରେ ୬୧, ଜଗତସିଂହପୁର ଜିଲ୍ଲାରେ ୨୨, ଯାଜପୁର ଜିଲ୍ଲାରେ ୧୮. ଝାରସୁଗୁଡା ଜିଲ୍ଲାରେ ୭, କଳାହାଣ୍ଡି ଜିଲ୍ଲାରେ ୪. କେନ୍ଦ୍ରାପଡା ଜିଲ୍ଲାରେ ୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଖୋର୍ଧା ଜିଲ୍ଲାରେ ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୯୭ ଜଣ, ମାଲକାନଗିରି ଜିଲ୍ଲାରେ ୩୯ , ମୟୁରଭଂଜ ଜିଲ୍ଲାରେ ୨୯, ନବରଙ୍ଗପୁୁରରେ ୨୬, ନୟାଗଡ ଜିଲ୍ଲାରେ ୨୨, ନୂଆପଡା ଜିଲ୍ଲାରେ ୫, ପୁରୀ ଜିଲ୍ଲାରେ ୧୭ , ରାୟଗଡା ଜିଲ୍ଲାରେ ୩୮, ସମ୍ବଲପୁର ଜିଲ୍ଲାରେ ୯୩, ସୋନପୁର ଜିଲ୍ଲାରେ ୬ ତଥା ସୁନ୍ଦରଗଡ ଜିଲ୍ଲାରେ ୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।