ଗଞ୍ଜାମ– ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ବିଏମସି ପକ୍ଷରୁ ଆଜି ଠାରୁ ସେରେଲୋଜିକାଲ୍ ସର୍ଭେ ଆରମ୍ଭ କରାଯାଇଛି । ଏଥିରେ ଜନସାଧାରଣଙ୍କ କରୋନା ପ୍ରତିରୋଧକ ଶକ୍ତି କେତେ ରହିଛି ତାହା ଜଣାପଡିବ । ଏଥିପାଇଁ ଗଠିତ ୫ଟି ଟିମ୍ ଆଜି ସହରର ୧୦ଟି ୱାର୍ଡ଼ରୁ ପ୍ରତ୍ୟେକଙ୍କ ଘରୁ ଜଣେ ଲେଖାଏଁ ସଦସ୍ୟଙ୍କ ରକ୍ତ ନମୂନା ସଂଗ୍ରହ କରିଛନ୍ତି । ଏହାକୁ ପରୀକ୍ଷା ପାଇଁ ଭୁବନେଶ୍ୱର ସ୍ଥିତ ଆଇସିଏମଆରକୁ ପଠାଯାଇଛି । ପରୀକ୍ଷା ପରେ ସେମାନଙ୍କ ଠାରେ କେତେ ମାତ୍ରାରେ ରୋଗ ପ୍ରତିରୋଧକ ଶକ୍ତି ରହିଛି ତାହା ଜଣାପଡିବ । କରୋନା ପ୍ରତିଶେଧକ ବ୍ୟବସ୍ଥା ନିମନ୍ତେ ଏହା ସହାୟକ ହେବ । ୫ ଦିନ ମଧ୍ୟରେ ସହରର ୪୦ଟି ୱାର୍ଡ଼ରୁ ଏହି ସର୍ବେକ୍ଷଣ ତଥା ରକ୍ତ ନମୂନା ସଂଗ୍ରହ ପ୍ରାୟ ୧୫୦୦ ଜଣଙ୍କ ଠାରୁ କରାଯିବ ବୋଲି ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସୂଚନା ମିଳିଛି ।
Related Stories
November 22, 2024