-
ମୃତ୍ୟୁ ସଂଖ୍ୟା ୧୦୦ ଟପିଲା, ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଛୁଇଁବ
-
ରବିବାର ୩୨୦ ସଂକ୍ରମିତ, ୪ମୃତ, ୪୩ସୁସ୍ଥ
ବ୍ରହ୍ମପୁର: ଗତ ମେ ୨ତାରିଖରେ ପ୍ରଥମ ୨ଟି କରୋନା ରୋଗୀ ଚିହ୍ନଟ ହୋଇଥିଲେ । ରବିବାର ଏହାକୁ ୩ମାସ ପୁରିଛି । ରବିବାର ୪ଜଣ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଗତ ୩ମାସରେ ମୃତ୍ୟୁ ସଂଖ୍ୟା ୧୦୩ରେ ପହଞ୍ôଚଛି । କୋଭିଡ୍ରେ ୧୦୩ଜଣ ମୃତ୍ୟୁବରଣ କରିଥିବା ବେଳେ ଅଣକୋଭିଡରେ ୬ଜଣ ଏଭଳି ମୋଟ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ôଚଛି । ଅନ୍ୟପକ୍ଷରେ ସଂକ୍ରମିତଙ୍କ ସଂଖ୍ୟା ୧୧ହଜାର ଛୁଇଁବାକୁ ଯାଉଛି । ଜିଲ୍ଲାରେ ସଂକ୍ରମିତଙ୍କ ସୁସ୍ଥ ହାର ଉତ୍ସାହଜନକ ରହିଥିବା ବେଳେ କରୋନା ମୁକାବିଲାରେ ଏହା ସହାୟକ ହେଉଥିବା ଜଣାଯାଇଛି ।
ଜିଲ୍ଲାରେ ରବିବାର ୩୨୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ରବିବାର ୪ଜଣଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୧୦୯ରେ ପହଁଚିଛି । ଏଥିମଧ୍ୟରେ ୧୦୩ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୬ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ରବିବାର ୩୨୦ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨୬ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୫ଜଣ ରାଜ୍ୟ ଫେରନ୍ତା ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୮୯ଜଣ ରହିଛନ୍ତି । ୨୬ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବିଏମ୍ସି ୧୦, ବୁଗୁଡା ୧, ଛତ୍ରପୁର ୧, ଧରାକୋଟ ୧, ଗଞ୍ଜାମ ୧, ହିଞ୍ଜିଳିକାଟୁ ୪, କବିସୂର୍ଯ୍ୟନଗର ୨, ପାତ୍ରପୁର ୨, ରଙ୍ଗେଇଲୁଣ୍ଡା ୨ ଓ ସୋରଡା ବ୍ଲକ୍ରୁ ୨ଜଣ ଅଛନ୍ତି । ରାଜ୍ୟ ଫେରନ୍ତା ୫ଜଣ ବେଲଗୁଣ୍ଠା ବ୍ଲକ୍ରୁ ୪ଜଣ ଓ ବେଗୁନିଆପଡା ବ୍ଲକ୍ରୁ ଜଣେ ରହିଛନ୍ତି । ସେହିପରି ୨୮୯ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୫, ବେଗୁନିଆପଡା ୧୧, ବେଲଗୁଣ୍ଠା ୯, ବିଏମ୍ସି ୮୨, ଭଞ୍ଜନଗର ୩୩, ବୁଗୁଡା ୭, ଛତ୍ରପୁର ୧୯, ଚିକିଟି ୬, ଧରାକୋଟ ୨,଼ ଦିଗପହଣ୍ଡି ୧୦, ଗଞ୍ଜାମ ୮, ହିଞ୍ଜିଳିକାଟୁ ୬, ଜଗନ୍ନାଥପ୍ରସାଦ ୨, କବିସୂର୍ଯ୍ୟନଗର ୧, ଖଲ୍ଲିକୋଟ ୧୪, କୁକୁଡାଖଣ୍ଡି ୧୨, ପାତ୍ରପୁର ୬, ପୋଲସରା ୨, ପୁରୁଷୋତ୍ତମପୁର ୯, ରଙ୍ଗେଇଲୁଣ୍ଡା ୧୫, ସାନଖେମୁଣ୍ଡି ୧୧, ଶେରଗଡ ୫, ସୋରଡା ବ୍ଲକ୍ରୁ ୧୨ ଓ ଅନ୍ୟାନ୍ୟ ୨ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୧୦୯୯୨ରେ ପହଞ୍ôଚଥିବା ବେଳେ ୧୦୫ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ରବିବାର ୪୩ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୭୫୨୪ରେ ପହଂଚିଛି । ଜିଲ୍ଲାରେ ଏବେ ୩୩୫୯ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।