-
ରୋଡ଼୍ ଡିଭାଇଡର୍ ରେ ଲାଗିଲା ୬୦ଟି ନେରୀୟମ୍ ଗଛ
-
ନେତୃତ୍ୱ ନେଲେ ସଭାପତି ହରେକୃଷ୍ଣ ପ୍ରଧାନ
ବାଲେଶ୍ଵର, ୦୨/୨୦: ବନ୍ଧୁତ୍ୱ ଦିବସକୁ ସ୍ମରଣୀୟ କରିବା ପାଇଁ ସ୍ବେଚ୍ଛାସେବୀ ସଂଗଠନ ‘ସମର୍ପଣ ପରିବାର’ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ବାଲେଶ୍ଵର ସହରର ଓ.ଟି. ରୋଡ଼ ସ୍ଥିତ ଆଇ.ଟି.ଆଇ. ଛକ ଠାରୁ ଲକ୍ଷ୍ମୀନାରାୟଣ ମନ୍ଦିର ମଧ୍ୟରେ ରହିଥିବା ରାସ୍ତା ବିଭାଜକ (ରୋଡ଼ ଡିଭାଇଡର)ରେ ୬୦ଟି କରବୀର (ନେରୀୟମ୍) ଫୁଲଗଛ ଲଗା ଯାଇ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ କବି ଓ ମାନବକର୍ମୀ ପ୍ରଶାନ୍ତ ଦାସ। ସଂଗଠନର ସଭାପତି ତଥା ଫକୀର ମୋହନ ସ୍ଵୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଛାତ୍ର ସାଂସଦ ସଭାପତି ହରେକୃଷ୍ଣ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀଦାସ ଏହି ବୃକ୍ଷରୋପଣ କାର୍ଯ୍ୟର ଭୂୟସୀ ପ୍ରଶଂସା କରିଥିଲେ।
ରାସ୍ତାରେ ଥିବା ରୋଡ଼୍ ଡିଭାଇଡର୍ କୁ ସବୁଜିମାରେ ସଜେଇବା ସହ ଉଭୟ ପଟରୁ ଆସୁଥିବା ଗାଡିମୋଟରର ହେଡ୍ ଲାଇଟ୍ ପାସ୍ ନକରିବା ପାଇଁ ଏହି ବୃକ୍ଷରୋପଣ କରା ଯାଇଥିବା ବେଳେ ସଂଗଠନର ପ୍ରାୟ ୬୦ ଜଣ ସଦସ୍ୟ ସାମାଜିକ ଦୂରତା ବଜାୟ ରଖି ଏଥିରେ ସାମିଲ୍ ହୋଇଥିଲେ।
ତେବେ ନେରିୟମ୍ ଗଛ ଲଗାଇବା ପଛରେ କିଛି କାରଣ ରହିଥିବା କର୍ମକର୍ତ୍ତା ମାନେ ପ୍ରକାଶ କରିଥିଲେ। ଏହି ଗଛ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା କମାଉଥିବା ବେଳେ, ଏହାକୁ ପ୍ରଦୂଷଣର ପରିମାପକ ଭାବେ ବିବେଚନା କରାଯାଏ। ଏହା ଅଳ୍ପ ପାଣିରେ ବଞ୍ଚି ରହି ପାରୁଥିବା ବେଳେ ଅଧିକ ପ୍ରତିରୋଧକ ଶକ୍ତି ମଧ୍ୟ ଥାଏ। ଏହାଛଡା ଏହାକୁ ଗୋରୁ ଛେଳି ଖାଆନ୍ତି ନାହିଁ। ଗଛ ସବୁକୁ ବଞ୍ଚାଇ ରଖିବା ସହ ସୁରକ୍ଷା ପ୍ରଦାନ ପାଇଁ ସଂଗଠନ ନିରନ୍ତର ଉଦ୍ୟମ କରିବ ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ସଂଗଠନର କର୍ମକର୍ତ୍ତା ବରୁଣ କୁମାର ମହାଳିକ, ଶିବଶଙ୍କର ପରିଡ଼ା, କମଳ ଲୋଚନ ମୈକାପ, ଏସ୍.ବି. ସିମରନ୍, ସୁବାସ ଗିରି, ପ୍ରଦୀପ ମାରାଣ୍ଡି, ନୀଳାଦ୍ରି ନିଭାସିନି ଦାସ, କିରଣ ଜେନା, ପ୍ରିୟଙ୍କା ଭୋଳ, ଦିବ୍ୟ ମହାନ୍ତି, ରଣଜିତ୍ ଜେନା, ହରପ୍ରିୟା ବେହେରା, ଜଗନ୍ନାଥ ବେହେରା, ଗୋପାଳ ମାଝୀ, ରାକେଶ କୁମାର ବାରିକ, ସୁମତିି ସିଂ, ଅବିନାଶ ପ୍ରଧାନ, ରମେଶ ମାଝି, ନରୋତ୍ତମ ଦାସ, ସୁଶାନ୍ତ ମାଝୀ, ରୁପମ୍ ରଞ୍ଜନ ରାଉତ, ମିଲନ ଦଳେଇ, ଏସ ବି ଲରେନ୍ସ, ସ୍ଵେତାର୍ଚ୍ଚନା ମାଝୀ, ରଜତ ବେହେରା, ସୁବାସ ନାୟକ, କମେଶ୍ୱର ସାହୁ, ସଞ୍ଜୟ ଜେନା, ଓମ୍ ପ୍ରୟାସ, ଫାଲଗୁନି ପଟେଲ, ଆଶୀର୍ବାଦ ବେହେରା, ପ୍ରଭୁକାନ୍ତ ମହାନ୍ତି ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।