
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଭଞ୍ଜନଗର ନିକଟ ତୁଳସୀ ପଲ୍ଲୀ ବଡ଼ ଦାଣ୍ଡ ସାହିରେ ରହୁଥିବା ଗୋବିନ୍ଦ ଚନ୍ଦ୍ର ପଣ୍ଡାଙ୍କ ପୁଅ ପ୍ରଦୀପ କୁମାର ପଣ୍ଡା(୨୫) ଶନିବାର ସନ୍ଧ୍ୟାରେ ପୋଖରୀକୁ ଗାଧେଇବାକୁ ଯାଇଥିଲା।ହେଲେ କୌଣସି କାରଣରୁ ପ୍ରଦୀପ ପାଣିରେ ବୁଡି ଯାଇଥିଲା।ଏହା ଦେଖି ସେଠାରେ ଥିବା ଅନ୍ୟମାନେ ବହୁ ଖୋଜାଖୋଜି ପରେ ପ୍ରଦୀପକୁ ପାଣିରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଞ୍ଜନଗର ମେଡିକାଲକୁ ଆଣିଥିଲେ।ଏଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।ପୋଲିସ ଶବ ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ବ୍ୟବଚ୍ଛେଦ ପାଇଁ ପଠେଇଥିଲା।ଆଜି ବ୍ୟବଚ୍ଛେଦ ପରେ ମୃତଦେହ କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ଥିବା ଜଣାପଡିଛି।