ବ୍ରହ୍ମପୁର : କୁକୁଡାଖଣ୍ଡି ତହସିଲ ଓ ବ୍ରହ୍ମପୁର ଅବକାରୀ ବିଭାଗର ସଦର ରେଞ୍ଜ ଅନ୍ତର୍ଗତ ଢ଼େପାଗୁଡା ଗ୍ରାମରେ ରବିବାର ଚଢ଼ାଉକରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । କୁକୁଡାଖଣ୍ଡି ତହସିଲଦାର ତଥା ମାଜିଷ୍ଟ୍ରେଟ ଡ. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ଅଧିକାରୀମାନେ ବେଆଇନ୍ ଭାବେ ଗୁଡ ମିଶ୍ରିତ ୧୮୦୦୦ହଜାର ଲିଟର ଓ ୪୮୦ଲିଟର ଦେଶୀ ମଦ ଜବତ କରିଛନ୍ତି । ଘଟଣାରେ ସମ୍ପୃକ୍ତ କୋଚିଆ ବ୍ୟବସାୟୀଙ୍କୁ ଗିରଫ କରିଛନ୍ତି । ପୁଣି ରବିବାର ଦିନ ଢ଼େପାଗୁଡା ଗ୍ରାମରେ ବେଆଇନ୍ ମଦ ପ୍ରସ୍ତୁତ ଚାଲିଥିବା ଖବରପାଇ ଅବକାରୀ ବିଭାଗ ଓ ତହସିଲଦାରଙ୍କ ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉରେ ତହସିଲଦାର ଡ. ମିଶ୍ରଙ୍କ ସମେତ ଅବକାରୀ ଇନ୍ସିପେକ୍ଟର ରୋଷନ ହଂସଦା, ମହିର ସେଠୀ, ଆକାଶ ବିଶି, ସନ୍ତୋଷ ସାହୁ, ଶ୍ରୀଧର ମହାନ୍ତିଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।
Related Stories
November 23, 2024