-
ଚିକିତ୍ସିତ ମହିଳାଙ୍କ ମୃତ୍ୟୁ, ଘଟଣାର ନିରପେକ୍ଷ ତଦନ୍ତ ଦାବିକଲେ ପରିବାର ଲୋକେ
ସେଠାରେ ୧୨ଦିନ ରହିବାପରେ ଘର ଲୋକଙ୍କ ସହ କଥାବାର୍ତ୍ତା ହୋଇ ସେ ସୁସ୍ଥ ଥିବା କହିଥିଲେ । ପରେ ୩୦ତାରିଖରେ ପରିବାର ଲୋକେ ଜାଣିଲେ ଯେ, ଦମୟନ୍ତୀଙ୍କୁ ରେଫର କରାଯାଇଛି । ଯେତେବେଳେ ଯାଞ୍ଚକଲେ ପରିବାର ଲୋକେ ତେବେ ଦମୟନ୍ତୀ ପଣ୍ଡାଙ୍କ ରେଫର ସ୍ଥାନରେ ସୁସ୍ଥ ଥିବା ଦମୟନ୍ତୀ ସାହୁଙ୍କୁ ରେଫରକରି ଦିଆଯାଇଛି । ରେଫର କାଗଜରେ ବି ଲେଖାଯାଇଛି ଦମୟନ୍ତୀ ପଣ୍ଡା ବୋଲି । ତାହାକୁ ସଂଶୋଧନକରି କରି ଦମୟନ୍ତୀ ସାହୁ ବୋଲି ଲେଖାଯାଇଛି । ଔଷଧ ଦିଆଯାଇଛି ଦମୟନ୍ତୀ ପଣ୍ଡାର । ଯାହା ଦ୍ୱାରା ୨ଦିନ ସିଟି ହସ୍ପିଟାଲସ୍ଥିତ କୋଭିଡ୍ ହେଲ୍ଥ ସେଣ୍ଟରରେ ଚିକିତ୍ସାର ୨ଦିନ ଭିତରେ ଅର୍ଥାତ୍ ରବିବାର ତାଙ୍କର ମୃତ୍ୟୁ ଘଟିଛି । ଖାଲି ସେତିକି ନୁହେଁ ସିଟି ହସ୍ପିଟାଲ ଓ ପାରଳା କୋଭିଡ୍ କେୟାର ସେଣ୍ଟରରେ ଦମୟନ୍ତୀ ସାହୁଙ୍କୁ ନୁହେଁ ଦମୟନ୍ତୀ ପଣ୍ଡାଙ୍କୁ ହିଁ ରେଫର କରାଯାଇଥିବା ମୋବାଇଲରେ ଯୋଗାଯୋଗ ବେଳେ ମଧ୍ୟ କହିଥିବା କଲ୍ ରେକର୍ଡରେ ସୂଚନା ମିଳିଛି । ଅନ୍ୟପକ୍ଷରେ ସିଟି କୋଭିଡ୍ ହେଲ୍ଥ ସେଣ୍ଟରକୁ ଆଣି ଦମୟନ୍ତୀ ସାହୁକୁ ଚିକିତ୍ସା କରିବା ବେଳେ ଯେତେବେଳେ ସେ ଗୁରୁତର ହୋଇଥିଲେ ତାଙ୍କୁ ସିଟି ହସ୍ପିଟାଲ ପକ୍ଷରୁ ଟାଟା କୋଭିଡ୍ ଆଇସିୟୁ ବେଡକୁ ନେବାକୁ ବ୍ୟବସ୍ଥା କରାଯାଇଥିଲା । ତେବେ ଠିକ୍ ସମୟରେ ଟାଟା କୋଭିଡ୍ ପକ୍ଷରୁ କଲ୍ ରିସିଭ କରାଯାଇନଥିବା ସିଟି ହସ୍ପିଟାଲ ପକ୍ଷରୁ କୁହାଯାଇଥିବା ବେଳେ ଯେତେବେଳେ ପରିବାର ଲୋକେ ଟାଟା କୋଭିଡ୍ ହସ୍ପିଟାଲ ସହ ଯୋଗାଯୋଗ କରିଥିଲେ ତେବେ ଆଇସିୟୁ ଖାଲି ନାହିଁ ବୋଲି କହି ଏଠାକୁ ଆଣନ୍ତୁ ନାହିଁ ବୋଲି କହୁଛନ୍ତି । ଗୋଟିଏପକ୍ଷେ ରାଜ୍ୟ ସରକାର ଗଞ୍ଜାମରେ ରୋଗୀଙ୍କ ପାଇଁ ସବୁ ସୁବିଧା ଯୋଗାଉଥିବା ବେଳେ ଏଠାରେ ଟାଟା କୋଭିଡ୍ କର୍ତ୍ତୃପକ୍ଷ କିଭଳି ରୋଗୀଙ୍କୁ ଆଣିବାକୁ ମନା କରୁଛନ୍ତି ତାହା ମଧ୍ୟ ତଦନ୍ତ ସାପେକ୍ଷ । ଏହିସବୁ ତଥ୍ୟ ମୃତ ପରିବାର ଲୋକଙ୍କ ପାଖରେ ଅଡିଓ ଥିବା ଜଣାପଡିଛି । ତେବେ ଏଠି ପ୍ରଶ୍ନ ଉଠୁଛି ଦମୟନ୍ତୀ ସାହୁଙ୍କ ସ୍ଥାନରେ କିଭଳି ଦମୟନ୍ତୀ ପଣ୍ଡାଙ୍କୁ ନେଇ ଚିକିତ୍ସାକରି ମାରି ଦିଆଗଲା ବା ଗୁରୁତର ରୋଗୀଙ୍କୁ ଟାଟା କୋଭିଡ୍ ହସ୍ପିଟାଲ କର୍ତ୍ତୃପକ୍ଷ କେଉଁଭଳି ପରିସ୍ଥିତିରେ ଆଇସିୟୁ ନଥିବା କହିଲେ ତାହାର ବିଧିବଦ୍ଧ ତଦନ୍ତ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦମୟନ୍ତୀଙ୍କ ପରିବାର ସଦସ୍ୟ ଧର୍ମେନ୍ଦ୍ର ସାହୁ କହିଛନ୍ତି । ପରିବାର ଲୋକେ କହିଛନ୍ତି ଯେ, ଘଟଣାକୁ ନେଇ ବଡବଜାର ଥାନାରେ ଏତଲା ଦେବୁ ବୋଲି ପରିବାର ଲୋକେ କହିଛନ୍ତି । ଘଟଣା ବିଷୟରେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ଯେ, ପାରଳା ମହାରାଜା କୋଭିଡ୍ କେୟାର ସେଣ୍ଟରକୁ ଦମୟନ୍ତୀ ସାହୁ ଓ ଦମୟନ୍ତୀ ପଣ୍ଡା ଉଭୟଙ୍କ ସବିଶେଷ ତଥ୍ୟ ମଗାଯାଇଛି । ଦମୟନ୍ତୀ ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଦମୟନ୍ତୀ ସାହୁଙ୍କୁ ସିଟିି ହସ୍ପିଟାଲରେ ଥିବା କୋଭିଡ୍ କେୟାର ସେଣ୍ଟରକୁ ପଠାଯାଇଥିଲା । ତେବେ କିଭଳି ପରିସ୍ଥିତିରେ ତାଙ୍କ ନାମର ଟାଇଟେଲ୍ ବଦଳିବା ଓ ପରିବାର ଲୋକେ କରିଥିବା ଅଭିଯୋଗକୁ ନେଇ ତଥ୍ୟ ଆସିବାପରେ ଘଟଣାର ସତ୍ୟସାତ୍ୟ ଜଣାପଡିବ । ସେପଟେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି ଯେ, ସିଟି ହସ୍ପିଟାଲର ଇନ୍ଚାର୍ଜ(ଏଡିଏମ୍ଓ) ଦମୟନ୍ତୀଙ୍କ ମୃତ୍ୟୁ କିପରି ଘଟିଲା ଓ ତାଙ୍କର କିପରି ମୃତ୍ୟୁ ଘଟିଲା ତାହାର ମଧ୍ୟ ସବିଶେଷ ରିପୋର୍ଟ ମଗାଯାଇଛି । ଉଭୟ ରିପୋର୍ଟ ଆସିବାପରେ ଜିଲ୍ଲାପାଳ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା ।