ବ୍ରହ୍ମପୁର : ଦିନକୁ ଦିନ ଗଞ୍ଜାମର ସ୍ଥିତି ସଙ୍ଗୀନ ହେବାରେ ଲାଗିଛି । କରୋନା ସଂକ୍ରମଣ ଚିହ୍ନଟ ହେବା ଠାରୁ ଆରମ୍ଭକରି ମୃତକଙ୍କ ସଂଖ୍ୟାରେ ଜିଲ୍ଲା ସର୍ବାଗ୍ରେ ରହିଛି । ଇତି ମଧ୍ୟରେ ଜିଲ୍ଲାରେ ମୋଟ ୧୦୯୯୨କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧୦୦ ଟପିଛି । ରବିବାର ଆଉ ୪ଜଣଙ୍କ ମୃତ୍ୟୁ ହେବାପରେ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୧୦୩କୁ ବୃଦ୍ଧି ପାଇଛି । ସେହିଭଳି ଅଣକୋଭିଡ୍ରେ ୬ଜଣଙ୍କ ମୃତ୍ୟୁ ହୋଇଛି ।
ନିଖୋଜ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର
ବ୍ରହ୍ମପୁର: ହିଞ୍ଜିଳି ଥାନା ଅଧିନ ଖଣ୍ଡରା ଗାଁର ଦେବରାଜ ସେଠୀ(୫୬) କୌଣସି କାରଣରୁ କିଛିଦିନ ହେଲା ନିଖୋଜ ଥିଲେ । ତେବେ ନିକଟସ୍ଥ କାଜୁ ତୋଟାକୁ ଆଙ୍କୋରୋଡା ଗ୍ରାମର କିଛି ଲୋକ ଯିବା ବେଳେ ଗଳିତ ମୃତ୍ୟୁଦେହକୁ ଦେଖି ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଖବରପାଇ ଥାନା ସବ୍ଇନ୍ସିପେକ୍ଟର ପ୍ରଦୀପ୍ତ ଦାସ, ବାସୁଦେବ ଭୋଇ ଓ ଥାନାର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ôଚ ମୃତ ଶବକୁ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ ମେଡିକାଲ୍କୁ ପଠାଇ ଘଟଣାର ତଦନ୍ତ କରୁଛି ପୋଲିସ । ଏନେଇ ହିଞ୍ଜିଳି ଥାନାରେ ୧୮/୨୦ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଥାନାଧିକାରୀଙ୍କ ଠାରୁ ପ୍ରକାଶ ।