-
୪ବର୍ଷ ଶିଶୁକନ୍ୟାର ଥୋଡିରେ ପଶିଥିବା ଲୁହା ରଡ୍କୁ ବାହାରକଲେ ଡାକ୍ତରୀ ଦଳ
-
ବିଭିନ୍ନ ମହଲରୁ ପ୍ରଶଂସାର ସୁଅ
ବ୍ରହ୍ମପୁର: ବ୍ରହ୍ମପୁର ଏମ୍କେସିଜିର ଶିଶୁଶଲ୍ୟ ବିଭାଗରେ ଏକ ବିରଳ ଅସ୍ତ୍ରପ୍ରଚାରକରି ପ୍ରଶଂସାର ପାତ୍ର ହୋଇଛନ୍ତି ଶଲ୍ୟ ବିଭାଗର ଡାକ୍ତର । ସୂଚନା ପ୍ରକାରେ ଛାତରେ ଖେଳୁଥିବା ବେଳେ ଅସାବଧାନତା କାରଣରୁ ପଡିଯିବାରୁ ୪ବର୍ଷର ଶିଶୁକନ୍ୟାର ଥୋଡିରେ ଲୁଡା ରଡ୍ ପଶି ପାଟିଦେଇ ପଦାକୁ ଆସିଯାଇଥିଲା । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ବେଣାପଟା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା । ଗୁରୁତର ଅବସ୍ଥାରେ ୪ବର୍ଷର ଶିଶୁକନ୍ୟାକୁ ଉଦ୍ଧାରକରି ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଶିଶୁଶଲ୍ୟ ବିଭାଗର ୪ଜଣିଆ ଡାକ୍ତରୀ ଦଳ ଅସ୍ତ୍ରପ୍ରଚାରକରି ଶିଶୁର ଥୋଡିରୁ ରଡ୍ ବାହାର କରିଥିବା ନେଇ ଡାକ୍ତରଖାନାର ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି ।
ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସୁସ୍ଥ ଥିବାବେଳେ ତାଙ୍କୁ ଶିଶୁ ବିଭାଗର ଆଇସିୟୁରେ ୨୪ଘଣ୍ଟିଆ ନଜର ବନ୍ଦିରେ ରଖାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ଅସ୍ତ୍ରପ୍ରଚାର କରିଥିବା ଡାକ୍ତର କହିଛନ୍ତି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଅନ୍ତର୍ଗତ ପାଲକସଣ୍ଡା ଗ୍ରାମର ସନ୍ନ୍ୟାସୀ ଗୌଡଙ୍କ ଯାଜ୍ଞସିନୀ ଗୌଡ ଓ ୪ବର୍ଷର ଏକମାତ୍ର ଝିଅ ମନସ୍ମିତାଙ୍କୁ ନେଇ ଗତ ଶନିବାର ଦିନ ବେଣାପାଟସ୍ଥିତ ଶାଳକ ଶଙ୍କର ଗୌଡଙ୍କ ଘରକୁ ଯାଇଥିଲେ । ପତ୍ନୀ ଓ ଝିଅକୁ ଛାଡି ନିଜ ଗ୍ରାମ ପାଲକସଣ୍ଡାକୁ ଫେରିଥିଲେ । ରବିବାର ସକାଳେ ଝିଅ ମନସ୍ମିତା ମାମୁଁଙ୍କ ଘର ଛାତ ଉପରେ ଖେଳୁଥିବା ବେଳେ ଅସାବଧାନତା କାରଣରୁ ଗୋଡ ଖସିଯିବା ଫଳରେ ଛାତରେ ବାହାରିଥିବା ଏକ ଲୁହା ରଡ୍ ତାର ଥୋଡିରେ ଗଳି ପଦାକୁ ଆସିଯାଇଥିଲା । ମନସ୍ମିତାଙ୍କ ଚିତ୍କାର ଶୁଣି ମା’ ଯଜ୍ଞସିନୀ ଓ ଅନ୍ୟମାନେ ତୁରନ୍ତ ଛାତକୁ ଆସି ରଡ୍ କାଡି ଝିଅକୁ ଉଦ୍ଧାର କରିଥିଲେ । ପ୍ରଥମେ ମନସ୍ମିତାକୁ ଆସିକା ନିକଟସ୍ଥ ବାଲିସିରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।
ପ୍ରାଥମିକ ଚିକିତ୍ସାପରେ ମଧ୍ୟାହ୍ନରେ ମନସ୍ମିତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ବଡ ଡାକ୍ତରଖାନାରେ ପହଞ୍ôଚବାପରେ ତାଙ୍କୁ କାଜୁଏଲଟିରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସାରେ ସାମାନ୍ୟ ବିଳମ୍ବ ଘଟିବାରୁ ବ୍ରହ୍ମପୁର ଗଣମାଧ୍ୟମ ନିକଟରେ ଖବର ପହଞ୍ôଚଥିଲା । ଗଣମାଧ୍ୟମାନେ ତୁରନ୍ତ ଜିଲ୍ଲାପାଳଙ୍କୁ ଜଣାଇବାପରେ ଜିଲ୍ଲାପାଳ ତତ୍କ୍ଷଣାତ ଶିଶୁକନ୍ୟାର ଜୀବନ ବଞ୍ଚାଇବା ପାଇଁ ଯୁଦ୍ଧକାଳୀନଭିତ୍ତିରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଅପରାହ୍ନ ୩.୩୦ରେ ଶିଶୁରା ଅସ୍ତ୍ରପ୍ରଚାର ଆରମ୍ଭ ହୋଇଥିଲା । ଶିଶୁଶଲ୍ୟ ବିଭାଗର ଡାକ୍ତର ପ୍ରଣୟ ପାଣିଗ୍ରାହୀଙ୍କ ନେତୃତ୍ୱରେ ଗଠିତ ୪ଜଣିଆ ଡାକ୍ତରୀ ଦଳ ଦୀର୍ଘ ୧ଘଣ୍ଟା ଧରି ଶିଶୁର ଥୋଡିରୁ ସାବଧାନତା ସହକାରେ ରଡ୍ଟିକୁ ବାହାର କରିଥିଲେ । ଅସ୍ତ୍ରପ୍ରଚାରକରି ଶିଶୁର ଜୀବନ ରକ୍ଷା କରିଥିବାରୁ ଡାକ୍ତର ପାଣିଗ୍ରାହୀଙ୍କ ସମେତ ଡାକ୍ତର ସ୍ୱରୁପ ମଲ୍ଲିକ, ଭି.ରାଜେଶ ଓ ଅନ୍ୟାନ୍ୟ ସହଯୋଗୀଙ୍କୁ ଏମ୍କେସିଜି କର୍ତ୍ତୃପକ୍ଷ ଧନ୍ୟବାଦ ଜଣାଇଥିବା ବେଳେ ଜିଲ୍ଲାପାଳ ଟ୍ୱିଟ୍କରି ସାଧୁବାଦ ଜଣାଇଛନ୍ତି । ତେବେ ଏକ ବିରଳ ଅସ୍ତ୍ରପ୍ରଚାରକରି ଏମ୍କେସିଜିର ଟେକ ରଖିଥିବା ଏହି ଡାକ୍ତରୀଦଳଙ୍କୁ ବ୍ରହ୍ମପୁର ସହରର ବହୁ ବୃଦ୍ଧିଜୀବୀଙ୍କ ଠାରୁ ଆରମ୍ଭକରି ଅନ୍ୟମାନେ ପ୍ରଶଂସା କରିଛନ୍ତି ।