ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୩୨୦ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୦୯୯୨ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୫୪, ବାଲେଶ୍ୱର ଜିଲ୍ଲାରେ ୧୦୧୨, ବରଗଡ ଜିଲ୍ଲାରେ ୪୫୦, ଭଦ୍ରକ ଜିଲ୍ଲାରେ ୬୫୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୪୬୩ . ବୌ ଦ୍ଧ ଜିଲ୍ଲାରେ ୧୫୧, କଟକ ଜିଲ୍ଲାରେ ୨୨୪୮, ଦେବଗଡ ଜିଲ୍ଲାରେ ୯୬, ଢେଙ୍କାନାଳ ଜିଲ୍ଲାରେ ୩୫୮. ଗଜପତି ଜିଲ୍ଲାରେ ୧୬୦୧, ଜଗତସିଂହପୁର ଜିଲ୍ଲାରେ ୭୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୩୪୫, ଝାରସୁଗୁଡା ଜିଲ୍ଲାରେ ୩୨୩, କଳାହାଣ୍ଡି ଜିଲ୍ଲାରେ ୨୫୫, କନ୍ଧମାଳ ୬୧୬, କେନ୍ଦ୍ରାପଡା ଜିଲ୍ଲାରେ ୫୧୪, କେନ୍ଦୁଝର ଜିଲ୍ଲାରେ ୭୯୦, ଖୋର୍ଧା ଜିଲ୍ଲାରେ ୪୭୦୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୮୨୯ , ମାଲକାନଗିରି ଜିଲ୍ଲାରେ ୫୯୦, ମୟୁରଭଂଜ ଜିଲ୍ଲାରେ ୬୯୨. ନବରଙ୍ଗପୁର ଜିଲ୍ଲାରେ ୨୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୬୬୪, ନୂଆପଡା ଜିଲ୍ଲାରେ ୧୫୦ , ପୁରୀ ଜିଲ୍ଲାରେ ୮୬୮, ରାୟଗଡା ଜିଲ୍ଲାରେ ୧୦୯୪. ସମ୍ବଲପୁର ଜିଲ୍ଲାରେ ୪୮୮. ସୁବର୍ଣପୁର ଜିଲ୍ଲାରେ ୧୦୩ ଓ ସୁନ୍ଦରଗଡ ଜିଲ୍ଲାରେ ୧୫୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।