ମାଲକାନଗିରି-କାଲିମେଳା ବ୍ଳକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଞ୍ଚାୟତ ପଟେରୁ ଗ୍ରାମର ଜଣେ ମହିଳା ବିଷ ପିଇ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାପାଇଁ ଭର୍ତ୍ତି ହୋଇଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଛି ! ମୃତ ମହିଳା ଜଣଙ୍କ ହେଉଛନ୍ତି ପଟେରୁ ଗ୍ରାମର କୁଞ୍ଜ ଉଲାଙ୍କ ସ୍ତ୍ରୀ ସାଇ ଉଲା ( ୫୦ ) ବୋଲି ଜଣାପଡିଛି । ପାରିପାବାରିକ କଳହକୁ କେନ୍ଦ୍ର କରି ସାଇ କୁଞ୍ଜି ଆଜି ସକାଳ ପ୍ରାୟ ୭ ଟା ସମୟରେ ବିଷଖାଇ ଦେଇଥିଲେ !ଗୁରୁତର ଅବସ୍ଥାରେ ତାଙ୍କୁ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା ! ଚିକିତ୍ସା ଚାଲିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ଥାନାରେ କୈଣଷି ସୁଚନା ଦିଆଯାଇନଥିବା ଜଣାପଡିଛି ।