ମାଲକାନଗିରି-ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ମୋଟୁ ଥାନା ଅନ୍ତର୍ଗତ ମାଲାଭରମ ପଞ୍ଚାୟତର ଏମଭି – ୮୧ ଗ୍ରାମରେ ପାରିପାରିକ କହଳକୁ କେନ୍ଦ୍ର କରି ଜଣେ ୧୬ ବର୍ଷିୟା ନାବାଳିକା ଝିଅ ବେକରେ ନିଜ ଓଢଣି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି !ନାବାଳିକା ଜଣଙ୍କ ହେଉଛନ୍ତି ଏମଭି – ୮୧ ଗ୍ରାମର ଗୌତମ ମଣ୍ଡଳଙ୍କ ଝିଅ ସୁପ୍ରିୟା ।ମିଳିଥିବା ସୂଚନା ଅନୁଯାୟି ଶନିବାର ସକାଳେ ରୋଷେଇ କରିବାକୁ ନେଇ ସୁପ୍ରିୟା ଏବଂ ତାଙ୍କ ମା ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ପରେ ପରିବାର ଲୋକ ଚାଷ କରିବାକୁ ନିଜ କ୍ଷେତକୁ ଚାଲିଯାଇଥିବା ବେଳେ ସୁପ୍ରିୟା ଏକା ଘରେ ରହିଥିଲା । ଏହାର ସୁଯୋଗ ନେଇ ନାବାଳିକା ସୁପ୍ରିୟା ସକାଳ ପ୍ରାୟ ୧୧ଟା ସମୟରେ ଘରର ଝରକାରେ ଲାଗିଥିବା ଲୁହା ସାହାର୍ଯ୍ୟରେ ପିନ୍ଧିଥିବା ନିଜ ଓଢଣୀ ଦେଇ ଆତ୍ମହତ୍ୟା କରିଥିଲେ। ଖବର ପାଇ ମୋଟୁ ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁ ଏବଂ ଅନ୍ୟ ପୋଲିସ କର୍ମଚାରୀ ମାନେ ଗ୍ରାମରେ ପହଞ୍ଚିଶବ ଜବତ କରିବା ସହିତ ମୋଟୁ ଥାନାରେ ଏକ ଅପମୃତ୍ୟୁ ମାମଲା ରଜୁ କରି ଶବକୁ କାଲିମେଳା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡିଛି । ଏହି ଘଟଣାର ତଦନ୍ତ ଚାଲିଥିବା ଥାନା ଥାନା ଅଧିକାରୀ ପ୍ରକାଶ କରିଛନ୍ତି !