
ମାଲକାନଗିରି– ଓଡିଶାକୁ ସ୍ଵତନ୍ତ୍ର ରାଜ୍ୟପାହା ଦାବି ସହ ମହାନଦୀ ବିବାଦ ଏବଂ ପୋଲାଭରମ ପ୍ରକଳ୍ପ ବନ୍ଦ ଦାବିରେ ଓଡିଶାର ୩୦ଟି ଜିଲ୍ଲାର ୩୧୪ ଟି ବ୍ଳକକୁ ପଦଯାତ୍ରା ଆରମ୍ଭ କରିଥିବା ଜନସଚେତନତା ମଞ୍ଚର ଆବାହକ ସତ୍ୟବ୍ରତ ଦାସ ଆଜି ମାଲକାନଗିର ଜିଲ୍ଲା ତଥା ଓଡିଶାର ଶେଷ ସିମାନ୍ତରେ ଥିବା କାଲିମେଳା ବ୍ଲକରେ ପହଂଚିଥିଲେ । ସେ କାଲିମେଳାକୁ ମିଶାଇ ବର୍ତମାନ ସୁଦ୍ଧା ୨୨୩ ଗୋଟି ବ୍ଲକକୁ ପଦଯାତ୍ରା କରିସାରିଥିବା ବେଳେ ଏଥିପାଇଁ ତାଙ୍କୁ ପ୍ରାୟ ୬ ହଜାର ୫ ଶହ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ପଡିଥିବା ଶ୍ରୀ ଦାସ ସୂଚନା ଦେଇଛନ୍ତି । ସତ୍ୟବ୍ରତଙ୍କ ଘର ଜଗତସିଂପୁର ଜିଲ୍ଲା ବାଲିକୁଦ ଅଂଚଳରେ ହୋଇଥିବା ବେଳେ ସେ ଗତ ୧୦ ଜୁଲାଇ ୨୦୧୯ରେ ତାଙ୍କର ଏହି ପଦଯାତ୍ରା ଯାଜପୁର ଜିଲ୍ଲାରୁ ଆରମ୍ଭ କରିଥିଲେ । ଆଜି କାଲିମେଳା ବ୍ଳକ କାର୍ଯ୍ୟାଳୟରେ ପହଞ୍ଚିବା ପରେ କାଲିମେଳା ବାସିଙ୍କ ତରଫରୁ ତାଙ୍କୁ ସ୍ଵାଗତ କରାଯିବା ସହ ଏଥିପାଇଁ ଆଣିଥିବା ଏକ ଦାବିପତ୍ରକୁ ବିଡିଓ ଉମାଶଙ୍କର ଦଳାଇଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ବ୍ଲକ ଅଧ୍ୟକ୍ଷ ମାଲା ମାଢି, ତହସିଲଦାର ଆଲୋକ କୁମାର ଅନୁଗୁଳିଆ ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ ଅଂଚଳବାସୀ ମାନେ ଉପସ୍ଥିତ ରହିଥିଲେ । ମାଲକାନଗିରି ଜୟ ମାଲକାନଗିରି ଗୃପର ସଦସ୍ୟ ମାନେ ତାଙ୍କୁ ସମସ୍ତ ସାହାଯ୍ୟ ସହେଯାଗ କରିଥିଲେ ।