ମାଲକାନଗିରି– ରବିବାର ରାଜ୍ୟରେ 1434 ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ମାଲକାନଗିରି ଜିଲ୍ଲାରୁ 24 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜିର ସଂକ୍ରମିତଙ୍କୁ ମିଶାଇ ବର୍ତମାନ ସୁଦ୍ଧା ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା 590 ରେ ପହଞ୍ଚିଛି । ସେଥିମଧ୍ୟରୁ ୩୪୬ଜଣ ସଂକ୍ରମିତ ଜିଲ୍ଲା ଏବଂ ଜିଲ୍ଲା ବାହାର ବିଭିନ୍ନ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଆହୁରି 242 ଜଣ ଆକ୍ରାନ୍ତ ମାଲକାନଗିରି ସ୍ଥିତ କୋଭିଡ୍ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଅଦ୍ୟାବଧି ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ରହିଛି ।
ଆଜି ଚିହ୍ନଟ ହୋଇଥିବା 24 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଜିଲ୍ଲା ପ୍ରଶାସନ ସୂଚନା ଅନୁଯାଇ କୋରକୁଣ୍ଡା ବ୍ଲକ ଏମଭି 47ରୁ ଜଣେ, ଚିତ୍ରକୋଣ୍ଡା ବ୍ଲକ ସଦର ମସଜିଦ ଲାଇନରୁ୨ ଜଣ ଓ ଚର୍ଚ୍ଚ ଲାଇନରୁ ଜଣେକୁ ମିଶାଇ ୩ ଜଣ, ବାଲିମେଳା ବିଜ୍ଞାପିତ ଅଞ୍ଚଳ ଡ୍ରାଇଭର ଲଇଁରୁ ଜଣେ ଓ ମାଲକାନଗିରି ପୌର ପରିଷଦରୁ 19 ଜଣ ନୂଆ ଆକ୍ରାନ୍ତ ରହିଛନ୍ତି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସାମାଜିକ ଦୂରତା ଏବଂ ମାସ୍କ ବ୍ୟବହାରକୁ ଲୋକେ ଯେପରି ଭୁଲିଗଲେଣି ତାହା ଦେଖିବାକୁ ମିଳୁଛି ।