
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ – ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମା ବ୍ରହ୍ମଗିରି ବ୍ଲକ ଅଧିନସ୍ଥ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି । ସ୍ଥାନୀୟ ସ୍ବତନ୍ତ୍ର ପ୍ରଦକ୍ଷଣ ଗୃହ ସମ୍ମିଳନୀ କକ୍ଷରେ ଆୟୋଜିତ ସମୀକ୍ଷା ବୈଠକରେ ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଉପ ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶ୍ରୀବତ୍ସ କୁମାର ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ଶ୍ରୀ ସଙ୍ଖାଳି ବେହେରା, ସହକାରୀ ଯନ୍ତ୍ରୀ ଶ୍ରୀ ସୁରେନ୍ଦ୍ର କୁମାର ସିଂ, ଶ୍ରୀ ସରୋଜ ପଣ୍ଡା, ଶ୍ରୀ ରାଜକିଶୋର ପାଲ ପ୍ରମୁଖ ଉପସ୍ଥିତ ଥିଲେ ।