କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ- ଶ୍ରୀ ଜଗନ୍ନାଥ ମିନିଟ୍ରକ ସଂଘ ଏବଂ ଶ୍ରୀହରି TATA ACE ଏବଂ ୪୦୭ ସଂଘ ମିଳିତ ଭାବେ ପୁରୀ ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ଯେ ପୁରୀ ସହରର ଶରଧାବାଲି ଅନ୍ତର୍ଗତ ଅଭୟ ମହାବୀର ସମ୍ମୁଖ TATA ACE ଏବଂ ୪୦୭ ଗାଡ଼ି ଷ୍ଟାଣ୍ଡକୁ ଉଚ୍ଛେଦ ନ କରାଯାଉ | TATA ACE ଏବଂ ୪୦୭ ର କର୍ମଚାରୀ ସଂଘର କର୍ମକର୍ତ୍ତା ମାନେ ଏହି ନିବେଦନରେ ଉଲ୍ଲେଖ କରି କହିଛନ୍ତି ଯେ ଆଜକୁ ୪୦ ବର୍ଷରୁ ଉର୍ଦ୍ଧ ସମୟଧରୀ ଶରଧାବାଲିସ୍ଥିତ ଅଭୟ ମହାବୀର ସମୁଖରେ ୪୦୭
ଗାଡ଼ି ଏବଂ TATA ACE ଗାଡ଼ିର ଷ୍ଟାଣ୍ଡ କରାଯାଇ ଉକ୍ତ ସ୍ଥାନରୁ ଗାଡ଼ି ବ୍ୟବସାୟ କରାଯାଉଅଛି । ଗତ ୨ ଦିନ ଧରି ଡ଼ାକବାଜୀ ଯନ୍ତ୍ର ମାଧ୍ୟମରେ ଉକ୍ତ ଷ୍ଟାଣ୍ଡକୁ
ସେଠାରୁ ଉଠାଇବା ପାଇଁ ଘୋଷଣା କରାଯାଉଅଛି । ଉକ୍ତ ଅଞ୍ଚଳରେ ଆମ୍ଭେମାନେ ଉକ୍ତ ଯାଗାରେ ଗାଡ଼ି ରଖି ବ୍ୟବସାୟ କରୁଥିବା ସମୟରେ ଏବଂ ବର୍ତ୍ତମାନ
କୋଭିଡ଼-୧୯ ସମୟରେ ଉକ୍ତ ଯାଗାରୁ ଉଚ୍ଛେଦ କରାଗଲେ ଆମେବ୍ୟବସାୟିକ ଭାବେ କ୍ଷତିଗ୍ରସ୍ତ ହେବୁ ।ଏଣୁ ବିନୀତ ଅନୁରୋଧ କରୁକି ଆମ ବ୍ୟବସାୟକୁ କ୍ଷତିଗ୍ରସ୍ତନକରି
ବିକଳ୍ପ ସ୍ଥାନ ନିରୁପଣ ନହେବା ପର୍ଯ୍ୟନ୍ତ ଆମ ଷ୍ଟାଣ୍ଡକୁ ଉଚ୍ଛେଦ ବନ୍ଦ କରାଗଲେ ଆମେ ବିଶେଷ ଉପକୃତ ହେବୁ ବୋଲି ଶ୍ରୀ ଜଗନ୍ନାଥ ମିନିଟ୍ରକ ସଂଘ ଏବଂ ଶ୍ରୀହରି TATA ace ଓ ୪୦୭ ସଂଘର ଉପସ୍ଥିତ ସଦସ୍ୟ ମାନେ ଶ୍ରୀକାନ୍ତ ପରିଡା, ଜଗନ୍ନାଥ ଦାସ, ସୁଶାନ୍ତ ସାହୁ, ଜିତୁ ରଣା ପ୍ରମୁଖ ଲିଖିତରେ ଜିଲ୍ଲପାଳଙ୍କୁ ଜଣାଇଛନ୍ତି |
Related Stories
November 22, 2024