ଜିଲ୍ଲାବାସୀଙ୍କ ପାଇିଁ ଏହାଠାରୁ ବଳି ଆଉ ବା କଣ ଦୁର୍ଭାଗ୍ୟପୁର୍ଣ୍ଣ ଘଟଣା ଥାଇ ପାରେ ?
କେନ୍ଦୁଝର – କେନ୍ଦୁଝର ଜିଲ୍ଲା ପ୍ରଶାସନ ର ପ୍ରତାରଣ ର ଶୀକାର ହୋଇ ଯନ୍ତ୍ରଣାରେ ଛଟପଟ ହୋଇ ଶେଷ ରେ ସବୁ ଦିନ ପାଇଁ ଆଖି ବୁଜିଲା ନିରାଶ୍ରୟ ପ୍ରମିଳା ମୁଣ୍ଡା । ଏପରି ଏକ ଲଜ୍ଜ୍ୟାଜନକ ଓ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲା ସଦର ବ୍ଲକର ରଥମରା ସାହିରେ। ରଥମରା ସାହୀର ୪୫ ବର୍ଷିୟ କାଣ୍ଡେ ମୁଣ୍ଡେ ଅଜଣା ରୋଗ ରୋଗରେ ପଡି ଗତ ଦୁଇମାସ ତଳେ ପରିବାରକୁ ପର କରି ଆରପାରିକୁ ଚାଲିଗଲେ । କାଣ୍ଡେଙ୍କ ମୃତ୍ୟୁପରେ ତାଙ୍କ ସ୍ତ୍ରୀ ପ୍ରମିଳା ମୁଣ୍ଡା ଭାଙ୍ଗି ପଡିଲେ ଏବଂ ହଠାତ୍ ପିଉରାଲଥୋରାକ୍ସ(ବାମ ପଟ ଫୁସ ଫୁସରେ ପୂଜ ଜମିଯାଇଛି) ରୋଗରେ ଆକ୍ରାନ୍ତ ହୋଇ ପଡିଲେ । ପ୍ରମିଳା ପ୍ରଥମେ ଘଟଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆସି ଚିକିତ୍ସିତ ହେଲେ । ହେଲେ ରୋଗ ଭଲ ହେବା ବଦଳରେ ଅଧିକରୁ ଅଧିକ ଜଟିଳ ହେଲା ଏବଂ ତାଙ୍କର ଅଂଟା ପାଖରୁ ତଳକୁ ଆଉ ଚାଳିଲା ନାହିଁ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡାକ୍ତର ତାଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର ପାଇଁ ପରାମର୍ଶ ଦେଇ ଦାୟିତ୍ୱ ଶେଷ କରିଦେଲେ । ଅନ୍ୟପକ୍ଷରେ ଡାକ୍ତରଖାନା ପକ୍ଷରୁ ତାଙ୍କୁ ଗୋଟିଏ ଆନ୍ଟାସିଡ ଓ ଦୁଇଟି ଭିଟାମିନ ଏହିପରି ତିନୋଟି ପ୍ରକାରର ବଟିକା ଔଷଧ ଧରାଇ ଦେଇ ନିଜର କର୍ତବ୍ୟ ସାରିଦେଲେ । ହେଲେ ଗରିବ ନିରାଶ୍ରୟ ପ୍ରମିଳା ପଇସା କେଉଁଠୁ ପାଇବ ଯେ କଟକ ଯିବା । ଫଳରେ ବାଧ୍ୟ ହୋଇ କଟକ ଯାଇ ନପାରି ଘରକୁ ଫେରିଗଲେ । ବାପା ଆରପାରିକୁ ଚାଲିଗଲେ ମା ଶର୍ଯ୍ୟାଶାୟୀ ଏପଟେ ଦୁଇଟି ଛୋଟ ଛୋଟ ୧୨ ବର୍ଷର ପୁଅ ଓ ୯ ବର୍ଷର ଝିଅ ଏବେ ମା ର କିପରି ଚିକିତ୍ସା କରି ଭଳ କରିବେ ସେହି ଚିନ୍ତା ରେ ପଡି ଶେଷରେ ଦେଶୀ ଚେର ମୂଳି ଔଷଧ ଚିକିତ୍ସାକୁ ଆପଣାଇବାକୁ ବାଧ୍ୟ ହୋଇଥିଲେ । ଏହା ପରେ ଗଣ ମାଧ୍ୟମ ପ୍ରତିନିଧିମାନଙ୍କ ପକ୍ଷରୁ ସିଡିଏମ୍ଓ ଙ୍କୁ ଭେଟ କରି ସମସ୍ତ ଘଟଣା ଜଣାଇଥିଲେ । ଫଳରେ ସିଡିଏମ୍ ଓ ପ୍ରମିଳା ଙ୍କୁ ପୁଣି ଘରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ଆଣିଲେ ଏବଂ କଟକ ପଠାଇବେ ବୋଲି ପ୍ରତିଶୃତି ଦେଲେ । ଏପରିକି ଜିଲ୍ଲାପାଳ ଙ୍କ ସହ କଥା ହୋଇ କିଛି ଟଙ୍କା ଦେବେ ବୋଲି ମଧ୍ୟ ପ୍ରତିଶୃତି ଦେଲେ । ହେଲେ ପ୍ରମିଳା ଙ୍କୁ କିଛି ବି ଟଙ୍କା ପଇସା ନ ଦେଇ ପ୍ରମିଳା ଙ୍କ ସହ ପ୍ରତାରଣା କରି ତାଙ୍କୁ କଟକ ବଡ ମେଡିକାଲ ରେ ନେଇ ଫୋପାଡ ଦେଇ ଚାଲିଆସି ନିଜ ମୁଣ୍ଡରୁ ଦାୟିତ୍ୱ ସାରିଦେଲେ ବୋଲି ସିଧାସଳଖ ଅଭିଯୋଗ ଆସିଛି । କିନ୍ତୁ ବଡ ଡାକ୍ତରଖାନାରେ ପ୍ରମିଳାଙ୍କୁ ମାଗଣା ରେ ଔଷଧ ଟିକେ ମଧ୍ୟ ମିଳିଲା ନାହିଁ । ହେଲେ ସେଠାରେ କିଛି ସହୃଦୟ ବ୍ୟକ୍ତି ଙ୍କର ସାହର୍ଯ୍ୟ ଓ ସହଯୋଗରେ ପ୍ରମିଳା ମାତ୍ର ୪ ଦିନ ସେଠାରେ ରହିବା ପରେ ସଂପୂର୍ଣ୍ମ ଚିକିତ୍ସା ନ ପାଇ ଶେଷରେ ଶନିବାର ରାତି ରେ ଅସହ୍ୟ ରୋଗ ଯନ୍ତ୍ରଣା ରେ ଛଟପଟ ହୋଇ ଶେଷରେ ଛୋଟ ଛୋଟ ଛୁଆ ଦୁଇ ଜଣଙ୍କୁ ଏତେ ବଡ ଦୁନିଆରେ ଏକା କରିଦେଇ ସବୁଦିନ ପାଇ ଆଖି ବୁଜିଦେଲେ । ହେଲେ ମୃତ୍ୟୁ ପରେ ବି ତାଙ୍କ ମୃତ ଦେହ ଘରକୁ ଆଣିବାକୁ ତାଙ୍କ ଛୁଆଙ୍କ ପାଖରେ ପଇସା ନଥିଲା । ଫଳରେ ସେମାନେ ମୃତ ଦେହ ଗାଁକୁ ଆଣିବା ପରେ ଗାଁ ରୁ ଚାନ୍ଦା କରି ଗାଡି ଭଡା ପୈ÷ଠ କଲେ । ଦିନେ ପାଠ ପଢି ବଡ ମଣିଷ ହୋଇ ଚାକିରି କରି ବାପା ମା ଙ୍କ ମୁହଁ ରେ ହସ ଫୁଟଆଇବାକୁ ଆଶା ରଖିଥିବା କୁନି କୁନି ଛୁଆ ଦୁଇଟି ଙ୍କର ଏବେ ପାଠ ପଢାରେ କେବଳ ଡୋର ବନ୍ଧା ହୋଇନାହିଁ ବଂର ଦୁନିଆ କଣ ଜାଣିବା ପୂର୍ବରୁ ତାଙ୍କର ଭାଗ୍ୟ ଓ ଭବିଷ୍ୟତ ଅନ୍ଧାକାର ଭିତରକୁ ଠେଲି ହୋଇଯାଇଛି । ସେମାନେ ଏବେ ଖାଇବେ କଣ ବଂଚିବେ କିମେତି ସେହି ଚିନ୍ତାରେ ହି ପଡିଯାଇଛନ୍ତି । ସରକାର ମାଗଣ ସ୍ୱାସ୍ଥ ସେବା ଯୋଗାଇ ଦେବା ଠାରୁ ଆରମ୍ଭ କରି ସ୍ୱାସ୍ଥ ସେବାର ଅନେକ ଯୋଜନା ସଂମ୍ପର୍କର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରଚାର ପ୍ରସାର କରୁଛନ୍ତି । କିନ୍ତୁ ସେ ସବୁ ଯୋଜନା କଣ ଏବଂ କିଭଲି ଗରିବ ମାନେ ସେଥିରୁ ଉପକୃତ ହେଉଛିନ୍ତି ତାହାର ଜ୍ଜଳନ୍ତ ଉଦାହରଣ ସାଜିଛନ୍ତି ପ୍ରମିଳା । ହେଲେ ଯଦି ଗୋଟିଏ ପ୍ରଚାରରେ ଖର୍ଚ୍ଚର ଟଙ୍କା ଏହି ଅସହାୟ ଗରିବ ପ୍ରମିଳାକୁ ମିଳି ପାରିଥାଆନ୍ତି ତେବେ ହୁଏ ତାଙ୍କ ଜୀବନ ଆଜି ବଞ୍ଝଯାଇ ଥାଆନ୍ତା ବୋଲି ଏଠାରେ ପ୍ରକାଶ ପାଇଥିବା ମତକୁ ସହଜେ ଏଡାଇ ଦିଆଯାଇ ପାରୁନାହିଁ । କିନ୍ତୁ ପ୍ରଶାସନର ଏଭଳି ମନୋଭାବକୁ ନେଇ ବିଭିନ୍ନ ମହଲରେ ତୀବ୍ର ସମାଲୋଚନା ପ୍ରକାଶ ପାଇଛିି ।