 
                ଭୁବନେଶ୍ୱର – ଗତ ୨୪ ଘଂଟା ମଧ୍ୟରେ  ରାଜ୍ୟରେ ପୁଣି୧୦ ଜଣ   କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।   ଏହା ଫଳରେ  ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୮୭   କୁ ବୃଦ୍ଧି ପାଇଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ବିଭାଗ ଦ୍ୱାରା ଦିଆ ଯାଇଥିବା ସୂଚନା ଅନୁସାରେ ମୃତକ ମାନଙ୍କ ମଧ୍ୟରେ ଗଂଜାମ ଜିଲ୍ଲାର ପାଂଚ  ଜଣ  ହୋଇଥିବା ବେଳେ   ଖୋର୍ଧା ଜିଲ୍ଲାରୁ ୩ ଜଣ ତଥା ଗଜପତି ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଜଣେ ଅଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାର ୫୪ ବର୍ଷୀୟ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ ଓ ହାଇପର ଟେନସନ ରୋଗରେ ପୀଡିତ ଥିଲେ । ସେହିପରି ଗଂଜାମ ଜିଲ୍ଲାର ୪୪ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହରେ ପୀଡିତ ଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଗଂଜାମ ଜିଲ୍ଲାର ଜଣେ ୬୩ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ  ଘଟିଛି । ସେହିପରି ଗଂଜାମ ଜିଲ୍ଲାର କରୋନା ସଂକ୍ରମିତ ହୋଇଥିବା ଜଣେ ୫୬ ବର୍ଷୀୟା ମହିଳାଙ୍କ ମଧ୍ୟ ମୃତ୍ୟୁ ଘଟିଛି । ସେ ମଧୁମେହ, ହାଇପର ଟେନସନ  ଓ ଅନ୍ୟ ରୋଗରେ ପୀଡିତ ଥିବା ବିଭାଗ ପ କ୍ଷରୁ ସୂଚନା ଦିଆ ଯାଇଛି । ସେହିପରି ଗଂଜାମ ଜିଲ୍ଲାର ଜଣେ ୭୦ ବର୍ଷୀୟ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ସେ ହାଇପର ଟେନସନରେ ପୀଡିତ ଥିଲେ ।
୍ଣସହିପରି ଭାବେ ସୁନ୍ଦରଗଡ ଜିଲ୍ଲାର ଜଣେ ୫୬ ବର୍ଷୀୟ କରୋନା ସଂକ୍ରମିତ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ମଧୁମେହ, ହାଇପର ଟେନସନ  ଓ ଅନ୍ୟ ରୋଗରେ ପୀଡିତ ଥିଲେ । ଗଜପତି ଜିଲ୍ଲାର ୪୯ ବର୍ଷ ବୟସ୍କ ବ୍ୟକ୍ତିଙ୍କର କରୋନା କାରଣରୁ ମୃତ୍ୟୁ ଘଟିଛି । ସେ ମଧୁ ମେହ ଓ ହାଇପର ଟେନସନରେ ପୀଡିତ ଥିଲେ ।
ଖୋର୍ଧା ଜିଲ୍ଲାର ୪୦ ବର୍ଷ ବୟସ୍କ ଜଣେ ପୁରୁଷଙ୍କ ମୃତ୍ୟୁ ଘଟିଛି । ସେ ଡାଇବେଟିସରେ ପୀଡିତ ଥିଲେ । ସେହିପରି ଭାବେ ଭୁବନେଶ୍ୱରର ଜଣେ ୬୨ ବର୍ଷ ବୟସ୍କ ପୁରୁଷଙ୍କ ମୃତ୍ୟୁ ଘଟିଥିବା ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।

 
                    







