ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୩୦୮ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୦୬୭୨ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୪୫, ବାଲେଶ୍ୱର ଜିଲ୍ଲାରେ ୧୦୦୦, ବରଗଡ ଜିଲ୍ଲାରେ ୪୨୫, ଭଦ୍ରକ ଜିଲ୍ଲାରେ ୬୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୪୬୩ . ବୌ ଦ୍ଧ ଜିଲ୍ଲାରେ ୧୪୬, କଟକ ଜିଲ୍ଲାରେ ୨୧୨୫, ଦେବଗଡ ଜିଲ୍ଲାରେ ୯୪, ଢେଙ୍କାନାଳ ଜିଲ୍ଲାରେ ୩୪୫. ଗଜପତି ଜିଲ୍ଲାରେ ୧୫୧୦, ଜଗତସିଂହପୁର ଜିଲ୍ଲାରେ ୭୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୨୮୮, ଝାରସୁଗୁଡା ଜିଲ୍ଲାରେ ୩୧୭, କଳାହାଣ୍ଡି ଜିଲ୍ଲାରେ ୨୩୭, କନ୍ଧମାଳ ୫୭୨, କେନ୍ଦ୍ରାପଡା ଜିଲ୍ଲାରେ ୪୯୨, କେନ୍ଦୁଝର ଜିଲ୍ଲାରେ ୭୮୮, ଖୋର୍ଧା ଜିଲ୍ଲାରେ ୪୪୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୮୧୭ , ମାଲକାନଗିରି ଜିଲ୍ଲାରେ ୫୬୬, ମୟୁରଭଂଜ ଜିଲ୍ଲାରେ ୬୯୧. ନବରଙ୍ଗପୁର ଜିଲ୍ଲାରେ ୨୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୬୫୬, ନୂଆପଡା ଜିଲ୍ଲାରେ ୧୪୩ , ପୁରୀ ଜିଲ୍ଲାରେ ୮୦୩, ରାୟଗଡା ଜିଲ୍ଲାରେ ୮୯୭. ସମ୍ବଲପୁର ଜିଲ୍ଲାରେ ୪୩୭. ସୁବର୍ଣପୁର ଜିଲ୍ଲାରେ ୯୭ ଓ ସୁନ୍ଦରଗଡ ଜିଲ୍ଲାରେ ୧୪୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Related Stories
November 23, 2024