ଆଜି ଚିହ୍ନଟ ହୋଇଥିବା ୧୬୦୨ ଜଣଙ୍କ ମଧ୍ୟରୁ ୯୯୩ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୬୦୯ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୯ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ୩୦୮ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧୫ , ବାଲେଶ୍ୱର ଜିଲ୍ଲାରେ ୨୯ ଜଣ, ବରଗଡ ଜିଲ୍ଲାରେ ୧୩, ଭଦ୍ରକ ଜିଲ୍ଲାରେ ୨୦ ବଲାଙ୍ଗୀର ଜିଲ୍ଲାରେ ୩୮, ବୌଦ୍ଧ ଜିଲ୍ଲାରେ ୯ କଟକ ଜିଲ୍ଲାରେ ୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଢେଙ୍କାନାଳ ଜିଲ୍ଲାରେ ୪୯, ଗଜପତି ଜିଲ୍ଲାରେ ୧୦୮, ଜଗତସିଂହପୁର ଜିଲ୍ଲାରେ ୧୯, ଯାଜପୁର ଜିଲ୍ଲାରେ ୪୪. ଝାରସୁଗୁଡା ଜିଲ୍ଲାରେ ୭, କଳାହାଣ୍ଡି ଜିଲ୍ଲାରେ ୩୦. କନ୍ଧମାଳ ଜିଲ୍ଲାରେ ୪୫, କେନ୍ଦ୍ରାପଡା ଜିଲ୍ଲାରେ ୧୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୩୧, ଖୋର୍ଧା ଜିଲ୍ଲାରେ ୨୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୪୬ ଜଣ, ମାଲକାନଗିରି ଜିଲ୍ଲାରେ ୩୦ , ମୟୁରଭଂଜ ଜିଲ୍ଲାରେ୩୯, ନବରଙ୍ଗପୁୁରରେ ୯, ନୟାଗଡ ଜିଲ୍ଲାରେ ୩୩, ନୂଆପଡା ଜିଲ୍ଲାରେ ୫, ପୁରୀ ଜିଲ୍ଲାରେ ୫୦ , ରାୟଗଡା ଜିଲ୍ଲାରେ ୧୬୨, ସମ୍ବଲପୁର ଜିଲ୍ଲାରେ ୩୯, ସୋନପୁର ଜିଲ୍ଲାରେ ୬ ତଥା ସୁନ୍ଦରଗଡ ଜିଲ୍ଲାରେ ୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Related Stories
November 23, 2024