ଧର୍ମଶାଳା – ଆଜି ଚଣ୍ଡିଖୋଲ ଆଂଚଳିକ ପରିବହନ କାର୍ଯ୍ୟାଳୟରେ ଦଲାଲ ଭାବେ କାର୍ଯ୍ୟ କରୁଥିବା ଦୁଇ ଦଲାଲଙ୍କୁ ବଡଚଣା ପୋଲିସ ଗିରଫ କରିଛି । ଗିରଫ ବ୍ୟକ୍ତି ଦୁଇ ଜଣ ହେଲେ ସଇନ ଗ୍ରାମର ପୂର୍ଣ୍ଣଚନ୍ଦ୍ର ଦାସଙ୍କ ପୁଅ ଅରୁଣ ଓ ସୁଙ୍ଗୁଡା ଗ୍ରାମର ଏମ.ଡି.ଫୁରୁକାନ ବୋଲି ଜଣାପଡିଛି । ଉଭୟଙ୍କୁ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି । ସୂଚନା ଥାଉ କି ଗତକାଲି ଏହି ମାମଲାରେ ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରି କୋର୍ଟ ଚଲାଣ କରିଥିଲା । ଆଜି ଛୁଟି ଥିଲେ ମଧ୍ୟ ଡି.ଏସ.ପି ରବି ନାରାୟଣ ଶତପଥି ନିଜେ ଚଣ୍ଡିଖୋଲରେ ଉପସ୍ଥିତ ରହି ଅନ୍ୟ ଦଲାଲଙ୍କ ଉପରେ ନଜର ରଖିଥିବା ଜଣାପଡିଛି ।
Related Stories
November 23, 2024
November 23, 2024
November 23, 2024