
କୈଳାଶ ଚନ୍ଦ୍ର ପଣ୍ଡା, ପୁରୀ- ଜଗତର ନାଥ ଶ୍ରୀଜଗନ୍ନାଥ । ମହାପ୍ରଭୁଙ୍କ ବାରମାସରେ ତ୍ରୟୋଦଶ ଯାତ୍ରା ତଥା ଶତାଧିକ ଉପଯାତ୍ରା ଅନୁଷ୍ଠିତ ହୋଇଥାଏ। ତନ୍ମଧ୍ୟରୁ ଝୁଲଣ ଯାତ୍ରା ଅନ୍ୟତମ। ଶ୍ରାବଣ ମାସ ଶୁକ୍ଳପକ୍ଷ ଦଶମୀ ଠାରୁ ପ୍ରତିପଦା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଥାଏ।
ଚଳିତ ବର୍ଷ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିହାରୀ ସେବକ ମୁକ୍ତିନାଥ ପ୍ରତିହାରୀ ଙ୍କ ଘରେ ଝୁଲଣ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ମୁକ୍ତିନାଥ ଙ୍କ ଦୁଇପୁଅ ଶ୍ରୀକ୍ରିଷ୍ଣା ତଥା ଆଦ୍ୟଶଙ୍କର ସୁଦୃଶ୍ୟ କାରୁକାର୍ଯ୍ୟମୟ ଝୁଲଣ ନିର୍ମାଣ କରି ପ୍ରଶଂସିତ ହୋଇଛନ୍ତି। କରୋନା ସଂକ୍ରମଣ ପାଇଁ ମହାବିଦ୍ୟାଳୟ ବନ୍ଦ ଥିବାରୁ ଅଧ୍ୟୟନ ସହ ଲୁପ୍ତପ୍ରାୟ ଝୁଲଣ ସଂସ୍କୃତିକୁ ବଞ୍ଚାଇ ରଖିବାର ପ୍ରୟାସ ନିଶ୍ଚିତ ପ୍ରଶଂସନୀୟ ବୋଲି ତାଙ୍କର କକା ଅଧ୍ୟାପକ ନୃସିଂହ ନାଥ ଗୁରୁ ସୂଚନା ଦେଇଛନ୍ତି।