ବ୍ରହ୍ମପୁର : କୁକୁଡାଖଣ୍ଡି ତହସିଲ ଓ ବ୍ରହ୍ମପୁର ଅବକାରୀ ବିଭାଗର ସଦର ରେଞ୍ଜ ଅନ୍ତର୍ଗତ ଉପର ଓ ତଳକୁମ୍ଭଝରିରେ ଶୁକ୍ରବାର ଚଢ଼ାଉକରି ବିପୁଳ ପରିମାଣରେ ପୋଚ ଓ ଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । କୁକୁଡାଖଣ୍ଡି ତହସିଲଦାର ତଥା ମାଜିଷ୍ଟ୍ରେଟ ଡା. ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ଉପସ୍ଥିତିରେ ଅବକାରୀ ବିଭାଗ ଅଧିକାରୀମାନେ ବେଆଇନ୍ ଭାବେ ଗୁଡ ମିଶ୍ରିତ ୫୫୦୦ଲିଟର ଓ ୨୦୦ଲିଟର ଦେଶୀ ମଦ ଜବତ କରାଯାଇଛି । ସୂଚନାଥାଉକି, ଗତ ମାର୍ଚ୍ଚ ମାସ ସଟ୍ ଡାଉନ୍ ଠାରୁ ଏହି ଅଞ୍ଚଳରେ ତହସିଲଦାର, ଅବକାରୀ ବିଭାଗ ସହିତ ଚଢ଼ାଉ କରାଯାଇ ବେଆଇନ୍ ଭାବେ ପ୍ରସ୍ତୁତ ହେଉଥିବା ଦେଶୀ ମଦ ଜବତ କରାଯିବା ସହ ତାହାକୁ ନଷ୍ଟ କରିଥିଲେ । ଘଟଣାରେ ସମ୍ପୃକ୍ତ କୋଚିଆ ବ୍ୟବସାୟୀଙ୍କୁ ଗିରଫ କରିଥିଲେ । ତେବେ ପୁଣି ଶୁକ୍ରବାର ଦିନ ଉକ୍ତ ଅଞ୍ଚଳରେ ବେଆଇନ୍ ମଦ ପ୍ରସ୍ତୁତ ଚାଲିଥିବା ଖବରପାଇ ଅବକାରୀ ବିଭାଗ ଓ ତହସିଲଦାରଙ୍କ ମିଳିତ ଚଢ଼ାଉ କରାଯାଇଛି । ଚଢ଼ାଉରେ ତହସିଲଦାର ଡା. ମିଶ୍ରଙ୍କ ସମେତ ଅବକାରୀ ଇନ୍ସିପେକ୍ଟର ରୋଷନ ହଂସଦା, ବାଳକୃଷ୍ଣ ପରିଡା, ମହିର ସେଠୀ, ଆକାଶ ବିଶି, ସନ୍ତୋଷ ସାହୁ, ଶ୍ରୀଧର ମହାନ୍ତିଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥିଲେ ।
Related Stories
November 27, 2024