
-
‘ଅଯୋଧ୍ୟା କରତି ହୈ ଆହ୍ବାନ’ ନାମରେ ଏକ ମଡ୍ ଫିଲ୍ମ ସୁଟିଂ ଆରମ୍ଭ କଲେ ନିର୍ଦ୍ଦେଶକ କେଶୁଦାସ
ବାଲେଶ୍ଵର, ୩୧/୭: (କୃଷ୍ଣ କୁମାର ମହାନ୍ତି) ଅଗଷ୍ଟ ୫ ତାରିଖ ଦିନ ଅଯୋଧ୍ୟାରେ ଶ୍ରୀରାମ ମନ୍ଦିରର ଶିଳାନ୍ୟାସ ପାଇଁ ସାରା ଭାରତର ହିନ୍ଦୁ ମାନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଥିବା ବେଳେ କରୋନା ମହାମାରୀକୁ ଲକ୍ଷ୍ୟ ରଖି ଅଯୋଧ୍ୟାରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଉଛି।ଏଥିପାଇଁ ବିଭିନ୍ନ ହିନ୍ଦୁବାଦୀ ଅନୁଷ୍ଠାନ ସାରା ଭାରତରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରୁଥିବା ବେଳେ ବାଲେଶ୍ବର ବିଶ୍ବ ହିନ୍ଦୁ ପରିଷଦ ଦ୍ବାରା ବାଲେଶ୍ବରର ବିଭିନ୍ନ ତୀର୍ଥସ୍ଥଳରୁ ପବିତ୍ର ମାଟି ଓ ପାଣି ଅଯୋଧ୍ୟାକୁ ପଠାଇ ଥିବା ବେଳେ ଏବେ ମଡ୍ ଆର୍ଟିଷ୍ଟମାନଙ୍କୁ ନେଇ ସୋସିଆଲ୍ ମିଡିଆ ପାଇଁ ଏକ କ୍ଷୁଦ୍ର ଫିଲ୍ମ ‘ଅଯୋଧ୍ୟା କରତି ହୈ ଆହ୍ବାନ’ର ସୁଟିଂ ବାଲେଶ୍ବରର ଆଦ୍ୟତୀର୍ଥ ତ୍ରିବେଣୀ ଘାଟରେ ଚାଲିଥିବା ଜଣାପଡିଛି।
ଏହାର ନିର୍ଦ୍ଦେଶନା ବରିଷ୍ଠ ଚିତ୍ରଶିଳ୍ପୀ ଓ ସାମାଜିକ କର୍ମୀ କେଶୁଦାସ ଦେଉଥିବା କ୍ୟାମେରାମ୍ୟାନ ଭାବେ ସିପୁନ ଓ ଏଡିଟିଂରେ ରୋନ୍ ଶୁକ୍ଳା ରହିଛନ୍ତି । ମଡ କଳାକାର ଭାବରେ ଏହି ଚଳଚ୍ଚିତ୍ରରେ ଗୁରୁଦାସ, ପ୍ରିୟଙ୍କା ସାମଲ, ଅରୁଣ ବାରିକ, କୈଳାସ ଦାସ ରାମ ସୀତା ଲକ୍ଷ୍ମଣ, ହନୁମାନ ଭୂମିକାରେ ଅଭିନୟ କରିଥିବା ବେଳେ ଶଂକର ନାରାୟଣା, ସୋନାଲୀ, ମୋନାଲୀ, ଜହ୍ନ ମାରାଣ୍ଡି, ମାନସୀ, ଆରୁସୀ, ବିକାଶ, ବୈଶାଖୀ ପ୍ରମୁଖ ଅଭିନୟ କରିଛନ୍ତି। ଅଙ୍କିତ ଦାସ ପରିଚାଳନା ଦାୟିତ୍ବରେ ଥିବାବେଳେ ସୁତ୍ରଧର ଭୂମିକାରେ ବାବା ଦୟାନନ୍ଦ ଦାସ, ପର୍ଶୁରାମ ବେହେରା, ସଞ୍ଜୟ ମହାପାତ୍ର ଓ ନବ କୁମାର ଦାସ ଅଭିନୟ କରୁଛନ୍ତି । ଏହି ଫିଲ୍ମଟି ଆସନ୍ତା ଅଗଷ୍ଟ ୪ ତାରିଖରେ ସୋସିଆଲ ମିଡିଆରେ ମୁକ୍ତିଲାଭ କରିବ ବୋଲି ବାଲେଶ୍ବର ବିଶ୍ବ ହିନ୍ଦୁ ପରିଷଦର ସମ୍ପାଦକ ସଞ୍ଜୟ ମହାପାତ୍ର ଜଣାଇଛନ୍ତି।
କାଠସଙ୍ଗଡା ତ୍ରିବେଣୀ ଘାଟର ପୂର୍ଣ୍ଣଚନ୍ଦ୍ର ଗିରି ସ୍ଥାନୀୟ ସୁବିଧା ସୁଯୋଗ କରିଥିବା ବେଳେ ଜିଲ୍ଲା ପରିଷଦ ସଦସ୍ୟା ସରିତା ଗିରି, ପରୀକ୍ଷିତ ଗିରି, ବିଶ୍ବ ହିନ୍ଦୁ ପରିଷଦର ଜ୍ଞାନ ରଞ୍ଜନ ଦାସ, ତୁଷାରକାନ୍ତ ପଣ୍ଡା, ରଜନୀ ଶତପଥୀ, ବଳଭଦ୍ର ଶତପଥୀ, ଅଜୟ ପରିଡ଼ା ପ୍ରମୁଖ ସହଯୋଗ କରିଥିବା ପ୍ରକାଶ।