

Related Stories
April 19, 2025
ବ୍ରହ୍ମପୁର-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ହରିଗଡ଼ ପଞ୍ଚାୟତ ବଦାଙ୍ଗି ଗ୍ରାମକୁ ଗଞ୍ଜାମ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି.ଏଥି ସହିତ ଗ୍ରାମର ପ୍ରବେଶ ପଥ ସିଲ କରାଯାଇ ଲୋକଙ୍କ ହେଲଥ ସ୍କେନିଂ କରାଯିବ.ସେହିଭଳି ଗ୍ରାମରେ ଯାନବାହାନ ଚଳାଚଳ ବନ୍ଦ ରହିବ.ସେହିଭଳି ପଞ୍ଚାୟତ ଅନ୍ତର୍ଗତ ନୂଆପଲ୍ଲୀ ବଫର ଜୋନ ଘୋଷଣା କରାଯାଇଛି.ପୋଲିସ ପକ୍ଷରୁ ଅସ୍ଥାୟୀ ଚେକ ପୋଷ୍ଟ ନିର୍ମାଣ କରାଯାଇ ଲୋକଙ୍କ ଗତିବିଧି ଉପରେ ନଜର କରିବାକୁ ନିର୍ଦ୍ଧେଶ ରହିଛି.ଏଥି ସହିତ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସାମଗ୍ରୀ ଯେପରି ପହଞ୍ଚିବ ବ୍ୟବସ୍ଥା କରିବାକୁ ଭଞ୍ଜନଗର ବିଡ଼ିଓଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି.ଗତକିଛି ଦିନ ମଧ୍ୟରେ ବଦାଙ୍ଗିରେ କରୋନା ସଂକ୍ରମଣ ହେତୁ 13ରୁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ.ଏଥିରେ ଜଣେ କରୋନା ଯୋଦ୍ଧାଙ୍କ ସମେତ 02 ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି.ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବଦାଙ୍ଗି କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି.