
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ– ଭଞ୍ଜନଗର ବ୍ଲକ ଜିଲୁଣ୍ଡି ଗ୍ରାମ ରେଡ଼ ଜୋନରେ ଥିବାରୁ ସରପଞ୍ଚ ସସ୍ମିତା ପ୍ରଧାନ ଆଜିଠାରୁ ଆସନ୍ତା ମାସ ୨ତାରିଖ ପର୍ଯ୍ୟନ୍ତ ଗ୍ରାମକୁ ୩ଦିନିଆ ସଟ ଡାଉନ ଘୋଷଣା କରିଛନ୍ତି।ଏହି ଗ୍ରାମ ଦେଇ ପୂର୍ତ୍ତ ବିଭାଗ ରାସ୍ତାଟି ଯାଇଥିବାରୁ ବିଶେଷ ଗହଳି ଲାଗି ରହୁଥିଲା।ତେଣୁ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ଼ ୱାର୍ଡ ସ୍ତରୀୟ ବୈଠକରେ ସର୍ବସମ୍ମତି କ୍ରମେ ଏହା ସ୍ଥିର ହେବାପରେ ପ୍ରଶାସନ ତରଫରୁ ଅନୁମତି ପାଇ ସଟଡାଉନ କାର୍ଯ୍ୟକାରୀ ହୋଇଛି।ଏସମ୍ପର୍କରେ ଭଞ୍ଜନଗର ଉପଜିଲ୍ଲାପାଳ ଓ ଥାନା ଅଧିକାରୀ ଙ୍କୁ ଅବଗତ କରାଯାଇଛି।ଅମାନିଆଙ୍କ ପାଇଁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।