ଭୁବନେଶ୍ୱର – ଆଜି ଗଂଜାମ ଜିଲ୍ଲାରେ ୩୬୮ କରୋନା ମାମଲା ସାମନାକୁ ଆସିବା ପରେ ଏହି ଜିଲ୍ଲା କରୋନା ସଂକ୍ରମଣ ମାମଲାରେ ସବୁଠାରେ ଆଗରେ ରହିଛି । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ୧୦୩୬୪ ରେ ପହଂଚିଛି । ରାଜା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଏହି ସୂଚନା ଦିଆ ଯାଇଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଆଜି ସୁଦ୍ଧା ଅନୁଗୁଳ ଜିଲ୍ଲାରେ ୩୩୦, ବାଲେଶ୍ୱର ଜିଲ୍ଲାରେ ୯୭୧, ବରଗଡ ଜିଲ୍ଲାରେ ୪୧୨, ଭଦ୍ରକ ଜିଲ୍ଲାରେ ୬୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତିା ବଲାଙ୍ଗିର ଜିଲ୍ଲାରେ ୪୨୫. ବୌ ଦ୍ଧ ଜିଲ୍ଲାରେ ୧୩୭, କଟକ ଜିଲ୍ଲାରେ ୨୦୭୧, ଦେବଗଡ ଜିଲ୍ଲାରେ ୯୨, ଢେଙ୍କାନାଳ ଜିଲ୍ଲାରେ ୨୯୬. ଗଜପତି ଜିଲ୍ଲାରେ ୧୪୦୨, ଜଗତସିଂହପୁର ଜିଲ୍ଲାରେ ୭୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଯାଜପୁର ଜିଲ୍ଲାରେ ୧୨୪୪, ଝାରସୁଗୁଡା ଜିଲ୍ଲାରେ ୩୧୦, କଳାହାଣ୍ଡି ଜିଲ୍ଲାରେ ୨୦୭, କନ୍ଧମାଳ ୫୨୭, କେନ୍ଦ୍ରାପଡା ଜିଲ୍ଲାରେ ୪୭୭, କେନ୍ଦୁଝର ଜିଲ୍ଲାରେ ୭୫୭, ଖୋର୍ଧା ଜିଲ୍ଲାରେ ୪୨୦୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋରାପୁଟ ଜିଲ୍ଲାରେ ୭୭୧, ମାଲକାନଗିରି ଜିଲ୍ଲାରେ ୫୩୬, ମୟୁରଭଂଜ ଜିଲ୍ଲାରେ ୬୫୨. ନବରଙ୍ଗପୁର ଜିଲ୍ଲାରେ ୨୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସାରିଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ନୟାଗଡ ଜିଲ୍ଲାରେ ୬୨୩, ନୂଆପଡା ଜିଲ୍ଲାରେ ୧୩୮, ପୁରୀ ଜିଲ୍ଲାରେ ୭୫୩, ରାୟଗଡା ଜିଲ୍ଲାରେ ୭୩୩. ସମ୍ବଲପୁର ଜିଲ୍ଲାରେ ୩୯୮. ସୁବର୍ଣପୁର ଜିଲ୍ଲାରେ ୯୧ ଓ ସୁନ୍ଦରଗଡ ଜିଲ୍ଲାରେ ୧୩୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Related Stories
November 23, 2024