
ଭୁବନେଶ୍ୱର – ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୧୪୩୩୫ କରୋନା ପରୀକ୍ଷଣ ହୋଇଛି । ଆଜି ସୁଦ୍ଧା ରାଜ୍ୟରେ ମୋଟ ୫୧୪୫୭୩ କରୋନା ପରୀକ୍ଷଣ କରା ଯାଇଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୩୮୦ ଜଣଙ୍କ ଠାରୁ ଜୋରିମାନା ଆଦାୟ
ଭୁବନେଶ୍ୱର – କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୩୮୦ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ସେହିପରି ଏହି ସମୟ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ ଅମାନ୍ୟ କରିଥିବାରୁ ୧୨୪୨ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
ବ୍ରହ୍ମପୁରରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୨୫୭ ଜଣଙ୍କ ଠାରୁ ଜୋରିମାନା ଆଦାୟ
ଭୁବନେଶ୍ୱର – ବ୍ରହ୍ମପୁରରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୨୫୭ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ସେହିପରି ଏହି ସମୟ ମଧ୍ୟରେ ମଧ୍ୟରେ ୨୦ ଲିଟର ମଦ ଜବତ କରା ଯାଇଛି । ବ୍ରହ୍ମପୁର ଏସପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା