ଧର୍ମଶାଳା – ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତସ୍ଥ ସାହାପଡା ଗ୍ରାମର ୫ନଂ ୱାର୍ଡରେ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ବରୀ ନିର୍ବାଚନ ମଣ୍ଡଳୀର ସଭ୍ୟ ସଂଗ୍ରହ ସଂଯୋଜକ ଦେବେନ୍ଦ୍ର ଦାସଙ୍କ ତତ୍ୱବଧାନରେ ବରୀ ବିଧାୟିକା ସୁନନ୍ଦା ଦାସ କାର୍ଯ୍ୟକ୍ରମରେ ସାମିଲ ହୋଇ ସଭ୍ୟ ସଂଗ୍ରହ ଅଭିଯାନ ତଥା ମୁଖ୍ୟମନ୍ତ୍ରୀଙ୍କର ଜନହିତ କାର୍ଯ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ । ଏଥିସହିତ ସାହାପଡା ଗ୍ରାମର ଶତାଧିକ ମହିଳାଙ୍କ ସମସ୍ତ ସମସ୍ୟାକୁ ପଚାରି ବୁଝିଥିଲେ । ବିଶେଷ କରି ମହିଳାମାନେ ବିଧାୟିକାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନ୍ଧଡିହ ପଂଚାୟତର ସହ-ସଂଯୋଜକ ତଥା ବ୍ରହ୍ମବରଦା ସରପଂଚ ବିଜୟ ଦାସ, ପର୍ଯ୍ୟବେକ୍ଷକ ରାକେଶ ଦେଓ, ବରୀ ନିର୍ବାଚନ ମଣ୍ଡଳୀର ଜିଲା ପରିଷଦ ସଭ୍ୟ ଅଶୋକ ସାମଲ, ଜିଲା ସାଧାରଣ ସମ୍ପାଦକ ତଥା ରସୁଲପୁର ବ୍ଳକର ସଭ୍ୟ ସଂଗ୍ରହ ଅଭିଯାନର ସଂଯୋଜକ ପ୍ରଦିପ ଦାସ, ଗୋଳକୁଣ୍ଡ ସରପଂଚ ଶରତ ଜେନା, ଅର୍ଥଙ୍ଗା ପଂଚାୟତର ପୂର୍ବତନ ସରପଂଚ ଅର୍ଜ୍ଜୁନ ନାୟକ, ମହେଶ୍ୱରପୁର ପଂଚାୟତର ପୂର୍ବତନ ସରପଂଚ ଅକ୍ତର ଅଲ୍ଲୀ, ବ୍ରହ୍ମବରଦା ପଂଚାୟତର ସମିତି ସଭ୍ୟ ଅଟଳ ଦାସ, ପୂର୍ବତନ ସମିତି ସଭ୍ୟ ଶରତ ପାଣ୍ଡେ, ପ୍ରଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ସଭ୍ୟ ସଂଗ୍ରହ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । କାର୍ଯ୍ୟକ୍ରମରେ ବନ୍ଧଡିହ ପଂଚାୟତ ବରିଷ୍ଠ ନେତା ପ୍ରମୋଦ ସାହୁ, ଗଣେଶ୍ୱର ସାହୁ, ବିଚିତ୍ର ମହାନ୍ତି, ସରୋଜ ସାହାଣୀ, ସଭାପତି ବିକ୍ରମ ନାୟକ, ଯୁବ ବିଜେଡି ସଭାପତି ସଂଗ୍ରାମ ସାହୁ, ଉପ-ସଭାପତି ଶ୍ରୀକାନ୍ତ ସାହୁ, ବିପିନ ମଲିକ, ଗୋପାଳ ଦଳେଇ, ଚିତରଂଜନ ମହାନ୍ତି, ସରୋଜ ସେଠୀ,ଭରତ ସ୍ୱାଇଁ,ତପନ ବେହେରା, ବିମ୍ବାଧର ମଲିକ, ପ୍ରଦିପ ପରିଡା, ସୁବାସ ନାୟକ,ଭରତ ରାଉତ, ସରୋଜିନୀ ରଣା, ବୀଣାପାଣି ବିଶ୍ୱାଳ, ବାସନ୍ତୀ ବେହେରା, ହେମଲତା ସେଠୀ, ସଂଜୁ ମଲିକ ପ୍ରମୁଖ ସହଯୋଗ କରିଥିଲେ ।
Related Stories
November 23, 2024