-
୨୪ ଘଂଟାରେ ୫୫,୦୭୯ ନୂତନ ରୋଗୀ , ୭୭୯ ମୃତ
ନୂଆଦିଲ୍ଲୀ – ଦେଶରେ କରୋନା ରୋଗୀଙ୍କ ସଂଖ୍ୟା ଶୁକ୍ରବାର ୧୬ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଂଟା ମଧ୍ୟରେ ରେକର୍ଡ ସଂଖ୍ୟକ ୫୫, ୦୭୯ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଦେଶରେ ମୋଟ ରୋଗୀଙ୍କ ସଂଖ୍ୟା ୧୬,୩୮,୮୭୧ କୁ ବୃଦ୍ଧି ପାଇଛି । ଏଥି ସହିତ, ଗତ ୨୪ ଘଂଟା ମଧ୍ୟରେ କରୋନାରେ ୭୭୯ ଜଣଙ୍କର ମୃତ୍ୟୁ ହୋଇଛି । ଏହିପରି ଭାବରେ କରୋନାରୁ ମୃତ୍ୟୁ ସଂଖ୍ୟା ୩୫,୭୪୭ କୁ ବୃଦ୍ଧି ପାଇଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ୫,୪୫,୩୧୮ ସକ୍ରିୟ ରୋଗୀ ଅଛନ୍ତି । ତେବେ ଦେଶରେ ଗତ ୨୪ ଘଂଟା ମଧ୍ୟରେ ୩୭,୨୨୪ ରୋଗୀ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ କରୋନାରୁ ୧୦,୫୭,୮୦୬ ରୋଗୀ ସୁସ୍ଥ ହୋଇସାରିଲେଣି । ଏହା ସହିତ ଦେଶରେ ସୁସ୍ଥତା ହାର ୬୪.୫୪ ପ୍ରତିଶତକୁ ବୃଦ୍ଧି ପାଇଛି ।