
ବ୍ରହ୍ମପୁର: ଜିଲ୍ଲାରେ ଗୁରୁବାର ୨୫୦ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪୩୧ଜଣ ସୁସ୍ଥ ହୋଇଛନ୍ତି । ସେହିପରି ଜିଲ୍ଲାରେ ଗୁରୁବାର ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୪୩ବର୍ଷୀୟ, ୪୭ବର୍ଷୀୟ, ୩୩ବର୍ଷୀୟ ୩ଜଣ ପୁରୁଷ ଓ ୬୫ବର୍ଷୀୟ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଜୁଲାଇ ମାସର ଏହି ୨୯ଦିନ ମଧ୍ୟରେ ୮୦ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮୬୨୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଜିଲ୍ଳାରେ ସମୁଦାୟ ମୃତ୍ୟୁ ସଂଖ୍ୟା ୯୬ରେ ପହଁଚିଛି । ଏଥିମଧ୍ୟରେ ୯୦ଜଣ କରୋନାରେ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ୬ଜଣ ଅଣ କୋଭିଡ଼୍ ମୃତ୍ୟୁ ବୋଲି ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି । ଜିଲ୍ଳାରୁ ଗୁରୁବାର ୨୫୦ଜଣ ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ୨୭ଜଣ କୋଭିଡ଼୍ ଯୋଦ୍ଧା ଚିହ୍ନଟ ହୋଇଥିବା ବେଳେ ୧ଜଣ ରାଜ୍ୟ ଫେରନ୍ତା ଓ ପଜିଟିଭ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତ ୨୨୨ଜଣ ରହିଛନ୍ତି । ୨୭ ସଂକ୍ରମିତ କୋଭିଡ଼୍ ଯୋଦ୍ଧାଙ୍କ ମଧ୍ୟରେ ବେଲଗୁଣ୍ଠା ବ୍ଲକ୍ରୁ ୬, ବିଏମ୍ସି ୩, ଭଞ୍ଜନଗର ୬, ଛତ୍ରପୁର ୨, ଧରାକୋଟ ୧, ଗଞ୍ଜାମ ୧, ଜଗନ୍ନାଥପ୍ରସାଦ ୧, ଖଲ୍ଲିକୋଟ ୪, ପୋଲସରା ୧ ଓ ସୋରଡା ବ୍ଲକ୍ରୁ ୨ଜଣ ରହିଛନ୍ତି । ରାଜ୍ୟ ଫେରନ୍ତା ଜଣକ ବେଗୁନିଆପଡା ବ୍ଲକ୍ର ହୋଇଥିବା ବେଳେ ସେ ହାଇଦ୍ରାବାଦରୁ ଆସିଥିଲେ । ସେହିପରି ୨୨୨ଜଣ ପଜିଟିଭ୍ ସଂସ୍ପର୍ଶରେ ଆସି ସ୍ଥାନୀୟ ସଂକ୍ରମିତଙ୍କ ମଧ୍ୟରେ ଆସିକା ବ୍ଲକ୍ରୁ ୨, ବେଗୁନିଆପଡା ୮, ବେଲଗୁଣ୍ଠା ୧୮, ବିଏମ୍ସି ୩୫, ଭଞ୍ଜନଗର ୨୧, ବୁଗୁଡା ୮, ଛତ୍ରପୁର ୭, ଚିକିଟି ୧୧, ଧରାକୋଟ ୧,଼ ଦିଗପହଣ୍ଡି ୮, ଗଞ୍ଜାମ ୪, ହିଞ୍ଜିଳିକାଟୁ ୯, ଜଗନ୍ନାଥପ୍ରସାଦ ୨,କବିସୂର୍ଯ୍ୟନଗର ୧, ଖଲ୍ଲିକୋଟ ୨୭, କୁକୁଡାଖଣ୍ଡି ୧, ପାତ୍ରପୁର ୬, ପୋଲସରା ୧୧, ପୁରୁଷୋତ୍ତମପୁର ୧୩, ରଙ୍ଗେଇଲୁଣ୍ଡା ୭, ସାନଖେମୁଣ୍ଡି ୮, ଶେରଗଡ ୨ ଓ ସୋରଡା ବ୍ଲକ୍ରୁ ୮ ଓ ଅନ୍ୟାନ୍ୟ ୪ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜିଲ୍ଲାରେ ସମୁଦାୟ କରୋନା ପଜିଟିଭ ସଂଖ୍ୟା ୯୯୯୬ରେ ପହଞ୍ôଚଥିବା ବେଳେ ୯୬ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟପକ୍ଷରେ ଜିଲ୍ଲାରେ ଗୁରୁବାର ୪୩୧ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୭୧୩୦ରେ ପହଂଚିଛି । ଜିଲ୍ଲାରେ ଏବେ ୨୭୭୩ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।