ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଗୋପାଳପୁର ଏନ୍ଏସି ସମ୍ପୂର୍ଣ୍ଣ ରୂପେ କରୋନା ପଜିଟିଭ ମୁକ୍ତ ହୋଇଛିା ଗତ ୧୫ରୁ ୨୯ତାରିଖ ମଧ୍ୟରେ ଏଠାର କେହି କରୋନା ପଜିଟିଭ ଚିହ୍ନଟ ହୋଇନାହାଁନ୍ତି । ଏହି ଏନ୍ଏସି ରେଡ୍ରୁ ଗ୍ରୀନ୍ ୱାର୍ଡରେ ପରିଣତ କରିବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନର ମିଶନ ସଫଳ ହୋଇଛି । ଲକ୍ଷଣ ଚିହ୍ନଟ, ଆଇସୋଲେଶନ୍, କମ୍ୟୁନିଟି ସାମିଲ ହେବାର ଠିକ୍ ମନିଟରିଂ ପାଇଁ ଏହି ସଫଳତା ହାସଲ ହୋଇଛି ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଟ୍ୱିଟ୍କରି ସୂଚନା ଦେଇଛନ୍ତି । ଏନେଇ ଏନ୍ଏସି ନିର୍ବାହୀ ଅଧିକାରୀ ଉମାଶଙ୍କର ସେଠୀଙ୍କ ସହ ଯୋଗାଯୋଗ ବେଳେ ସେ କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲାପାଳଙ୍କ ଘନ ଘନ ସମୀକ୍ଷା, ପରାମର୍ଶ ଓ ନିର୍ଦ୍ଦେଶକୁ ଏନ୍ଏସି ଅଞ୍ଚଳରେ ସୁଚାରୁ ରୂପେ ପାଳନ କରାଯାଇଛି । ରାଜ୍ୟ ସରକାରଙ୍କ କୋଭିଡ୍-୧୯ ଗାଇଡ୍ ଲାଇନ୍କୁ ମଧ୍ୟ ପାଳନ କରାଯାଇଛିା ଏନ୍ଏସି ଅଞ୍ଚଳରେ ଥିବା ସମସ୍ତ ବରିଷ୍ଠ ନାଗରିକ, ବିଭିନ୍ନ ସମ୍ପ୍ରଦାୟର ମୁଖ୍ୟ, ସ୍ଥାନୀୟ ଥାନାଧିକାରୀଙ୍କ ସହଯୋଗ ଓ ସମସ୍ତ ଲାଇନ୍ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ମିଳିତ ଉଦ୍ୟମରେ ଆମେ ଏନ୍ଏସି ଅଞ୍ଚଳକୁ କରୋନମୁକ୍ତ କରିବାରେ ସହାୟକ ହୋଇଛି ବୋଲି ସେ କହିଛନ୍ତି ।
Related Stories
November 23, 2024