ଭଦ୍ରକ – ଦିବଂଗତ ଲାଲମୋହନ ଥିଲେ ସଂଗ୍ରାମୀ ଓ ଆଧ୍ୟାତ୍ମିକ ପୁରୁଷ । ଶ୍ରୀମା ଓ ଶ୍ରୀଅରବିନ୍ଦଙ୍କ ପୂର୍ଣ୍ଣଯୋଗ ବା ରୂପାନ୍ତର ଯୋଗକୁ ତିହିଡ଼ିରେ ସେ ପରିଚିତ କରାଇବା ସହ ଏଥିରେ ବହୁ ଲୋକଙ୍କୁ ମଧ୍ୟ ଏହି ଯୋଗ ଗ୍ରହଣ କରିବାକୁ ପ୍ରେରଣା ଯୋଗାଇଥିଲେ । ଛାତ୍ରଜୀବନରୁ ସଂଗ୍ରାମରେ ଝାସ ଦେଇଥିବା ଲାଲମୋହନ କେବେ ନିଜର ସ୍ୱାର୍ଥ ପାଇଁ କୌଣସି କ୍ଷେତ୍ରରେ ସାଲିସ କରିନାହାନ୍ତି । ବରଂ ଅବୈତନିକ ଭାବେ ସେ ବିଭିନ୍ନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରି ବହୁ ଛାତ୍ରଛାତ୍ରୀଙ୍କର ଆଦର୍ଶ ହେବା ସହ ବହୁ ସଂଗଠନ ମଧ୍ୟ ଗଢ଼ିଛନ୍ତି ବୋଲି ତାଙ୍କର ୨୬ତମ ଶ୍ରାଦ୍ଧ ବାର୍ଷିକ ପାଳନ ଅବସରରେ ଅନୁÂିତ ସାଧାରଣ ସଭାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ତିହିଡ଼ି କୋହ୍ଲସ୍ଥିତ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଗୋଲକ ବିହାରୀ ସାହୁ, ମାତୃଭକ୍ତ ପ୍ରଦୀପ୍ତ ମିଶ୍ର ଓ ଇଂ ସୁବାଷ କର ବକ୍ତାଭାବେ ଯୋଗଦେଇ ଲାଲମୋହନଙ୍କ ଆଧ୍ୟାତ୍ମିକ ଜୀବନ ଉପରେ ଆଲୋକପାତ କରିବା ସହ ଚେତନାର ପ୍ରସାରଣରେ ଜୀବନ ଓ ସଂକୋଚନରେ ମୃତ୍ୟୁ ବୋଲି ବକ୍ତାମାନେ କହିଥିଲେ । ଦିବ୍ୟଭୂମିର ମ୍ୟାନେଜିଂ ଟ୍ରଷ୍ଟି ଅଶୋକ କୁମାର ସାହୁ ସଂଯୋଜନାରେ ଅନୁÂିତ ଏହି ଉତ୍ସବ ପ୍ରାରମ୍ଭରେ ଅମିତା ପାଣିଗ୍ରାହୀ ମାତୃସଂଗୀତ ଗାନ କରିଥିବା ବେଳେ ବାସନ୍ତୀଲତା ଦାସ ଦୁର୍ଗାସ୍ତୋତ୍ର ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ତିହିଡ଼ିର ବିଭିନ୍ନ ସଂଗଠନ ପକ୍ଷରୁ ବହୁ ଆଧ୍ୟାତ୍ମିକ ମଣିଷ ଯୋଗଦେଇ ଆଲୋଚନା ଶୁଣିଥିଲେ । ଏହି ଅବସରରେ ସ୍ୱର୍ଗତଃ ଲାଲମୋହନ ନାୟକଙ୍କ ସ୍ମୃତିରେ ରାଜ୍ୟର ବିଶିଷ୍ଟ ସାହିତି୍ୟକମାନଙ୍କ ଲେଖା ସଂକଳିତ ‘ନୀରାଜନା’କୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତିହିଡ଼ି ପଂଚାୟତ ସମିତି ଅଧ୍ୟକ୍ଷା ସୁଶ୍ରୀ ବିଦୁ୍ୟତଲତା ନାୟକ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ମିଶ୍ର, ସୋମନାଥ ପାଢ଼ୀ, ଶୀତଳ କୁମାର ବେହେରା, ବିଭୂତି ଭୂଷଣ ସେନାପତି, ଅଧ୍ୟାପକ ସ୍ତମ୍ଭକାର ବିଶ୍ୱରଂଜନ ଦାସ, କୃତିବାସ ଜେନା, ଶରତ କୁମାର ସେଠୀ, ଗୋପବନ୍ଧୁ ସେବା ସଂଘ ସଭାପତି ରାଜୀବ କୁମାର ନାୟକ, ସେକ ଲିଆକତ, ଅଭିରାମ ଦାସ, କବି ଶତ୍ରୁଘ୍ନ ନାୟକ, ଭାସ୍କର ସେଠୀ, ବିଜୟ ବେହେରା ପ୍ରମୁଖ ଶତାଧିକ ଲୋକ ଯୋଗଦେଇଥିଲେ । ଅବସରପ୍ରାପ୍ତ ବ୍ୟାଙ୍କ ପରିଚାଳକ କ୍ଷୀରସିନ୍ଧୁ ସେଠୀ କୃତଜ୍ଞତା ଜ୍ଞାପନ କରିଥିଲେ । ଲାଲମୋହନଙ୍କ କନ୍ୟା ଶ୍ରୀମତୀ ମନୋରମା ନାୟକ ଓ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାମଲଙ୍କ ସମେତ ଦିବ୍ୟଭୂମିର ସମସ୍ତ ଅପାଭାଇ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Related Stories
November 23, 2024