କୈଳାଶ ଚନ୍ଦ୍ର ପଣ୍ଡା,ପୁରୀ,ଓଡିଶା ସରକାର ଏବଂ ସାଧାରଣ ଜନତାଙ୍କୁ ଶ୍ରୀ ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଦୁଃଖ ପ୍ରକାଶ କରି କହିଛନ୍ତି ଯେ ଭାରତ ଏବଂ ଚୀନ ମଧ୍ୟରେ ଲାଗି ରହିଥିବା ତିକ୍ତତାକୁ ନଜରରେ ରଖି ଭାରତ ସରକାର ଚୀନ ର ସମସ୍ତ ଆପ ବ୍ୟାନ କରିଛନ୍ତି ହେଲେ ଓଡିଶା ସରକାର ଏହା ପାଇଁ କୌଣସି ପଦକ୍ଷେପ ନେଇ ନାହାନ୍ତି |ତେଣୁ ଓଡିଶା ସରକାରଙ୍କୁ ମୋର ନିବେଦନ ଯେ ଚୀନ ମିଟର କୁ ବ୍ୟାନ କରାଯାଉ |ବିଦ୍ୟୁତ ବିଭାଗର ଯେଉଁ କମ୍ପାନୀ ଗୁଡିକ ଅଛନ୍ତି ଫେଡ଼କୋ, ନେସ୍କୋ, ସେସୁ, ୱେସ୍କୋ, ଟାଟା ଭଳି କମ୍ପାନୀ ମାନେ ଯେଉଁ ଚୀନ ମିଟର ଲଗାଉଛନ୍ତି ତାହା ଫଳରେ ମିଟର ଅଧିକ ଉଠୁଛି ଏବଂ ସାଧାରଣ ଜନତାଙ୍କୁ ମିଟର ଅନୁସାରେ ଅଧିକ ଅର୍ଥର ବିଲ ପୈଠ କରିବାକୁ ପଡୁଛି |
ସେ ସାଧାରଣ ଜନତାଙ୍କୁ ଅନୁରୋଧ କରିଛନ୍ତି ଯେ କୌଣସି ବ୍ୟକ୍ତି ଚୀନ ସଲଟ ବ୍ୟବହାର ନ କରନ୍ତୁ |ତାହା ସହିତ ଓଡିଶା ସରକାରଙ୍କୁ ନିବେଦନ କରି କହିଛନ୍ତି ଯେ ଏହି ଚୀନ ସଲଟ କୁ ବ୍ୟାନ କରନ୍ତୁ |କାରଣ ଏହି ଚାଇନା ସଲଟ ବା ଯାହାକୁ ଆମେ ଅଜିନା ମୋଟ କହୁଛେ |ଏହି ସଲଟ ଖାଇବା ଦ୍ୱାରା ଆମର ହାର୍ଟ ଏବଂ କୀଡୀନି ଉପରେ ଏହାର କୁପ୍ରଭାବ ପଡିଥାଏ ଓ ଏହା ବହୁତ ଜଲଦି ଆମର ହାର୍ଟ ଏବଂ କୀଡୀନି କୁ ନଷ୍ଟ କରିଦିଏ |ଚାଇନା ସଲଟ ର କାମ ହେଲା ଏହା କେବଳ ଆମେ ଘରେ କରୁଥିବା ରୋଷେଇରେ ଯେଉଁ ଫୁଟଣ କିମ୍ବା ଛୁଙ୍କ କରିବାବେଳେ ଯେଉଁ ବାସ୍ନାଟି ଉଡ଼ିଯାଏ କିନ୍ତୁ ଚାଇନା ସଲଟ ବ୍ୟବହାର କଲେ ତାହା ଉଡେନାହିଁ, ତେଣୁ ଏହା ପାଟିକୁ ସ୍ୱାଦିଷ୍ଟ ଲାଗେ |କିନ୍ତୁ ଏହା ଦେହ ପକ୍ଷେ ଅତ୍ୟନ୍ତ କ୍ଷତିକାରକ |ଏବେ ଏହି ଚାଇନା ସଲଟ ପଞ୍ଜାବ ରେ ବ୍ୟାନ ହୋଇଥିବା ବେଳେ ମୋର ଓଡ଼ିଶା ସରକାରଙ୍କୁ ବିନମ୍ର ପ୍ରାର୍ଥନା ଯେ ଏହି ଚାଇନା ସଲଟ କୁ ତୁରନ୍ତ ବ୍ୟାନ କରନ୍ତୁ |ସାଧାରଣ ଜନତାଙ୍କୁ ଅନୁରୋଧ ଏହି ଚାଇନା ସଲଟ କୁ ବର୍ଜନ କରନ୍ତୁ |ଯେଭଳି ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଲଢେଇ ହୋଇଥିଲା ସେହିଭଳି ଚାଇନା ମିଟର, ଚାଇନା ସଲଟ ଏବଂ ଚାଇନା ର ସମସ୍ତ ଜିନିଷ କୁ ସମସ୍ତେ ବର୍ଜନ କରନ୍ତୁ |
“ରାଫେଲ କୁ ସଲାମ୍ କିନ୍ତୁ ଚାଇନା ମିଟର ଓ ଚାଇନା ଲୁଣର ହୁଅନାହିଁ ଗୋଲାମ” । ଚାଇନା ମିଟର ଓ ଚାଇନା ଲୁଣ ବର୍ଜନ ଦାବିରେ ଆଗକୁ ଆନ୍ଦୋଳନ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀ ଜଗନ୍ନାଥ ସେନା ର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ |