
ନୂଆଦିଲ୍ଲୀ– ମହାମାରୀ କରୋନାରେ ଗୁରୁବାର ସକାଳ ସାଢ଼େ ୬ଟା ମଧ୍ୟରେ ବିଶ୍ୱରେ ୧ କୋଟି ୭୧ ଲକ୍ଷ ୭୧ ହଜାର ୩ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୬ ଲକ୍ଷ ୬୯ ହଜାର ୨୪୨ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧ କୋଟି ୬ଲକ୍ଷ ୮୦ ହଜାର ୨୦୩ ଜଣ ସୁସ୍ଥ ହୋଇଥିବା ବେଳେ ୫୮ ଲକ୍ଷ ୨୧ ହଜାର ୫୫୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୬ ହଜାର ୩୬୪ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
ଯୁକ୍ତରାଷ୍ଟ୍ର ଆମେରିକାରେ କରୋନା ଭାଇରସ ଅଧିକ କାୟା ବିସ୍ତାର କରିଛି । ଏଠାରେ ୪୫ ଲକ୍ଷ ୬୭ ହଜାର ୭୫୦ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୧ ଲକ୍ଷ ୫୩ ହଜାର ୭୨୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨୨ ଲକ୍ଷ ୩୯ ହଜାର ୭୨୪ ଜଣ ସୁସ୍ଥ ହୋଇଥିବା ବେଳେ ୨୧ ଲକ୍ଷ ୭୪ ହଜାର ୩୦୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୮ ହଜାର ୮୨୨ ଜଣ ଗୁରୁତର ଅଛନ୍ତି ।