ଭୁବନେଶ୍ୱର – କଟକରେ ଗତ ୨୪ ଘଂଟା ମଧ୍ୟରେ ମାସ୍କ ପିନ୍ଧି ନ ଥିବା ଅଭିଯୋଗରେ ୩୮୫ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । ସେହିପରି ଏହି ସମୟ ମଧ୍ୟରେ ସାମାଜିକ ଦୂରତ୍ୱ ନିୟମ ଅମାନ୍ୟ କରିଥିବାରୁ ୧୧୫୬ ଜଣଙ୍କ ଠାରୁ ଜୋରିମାନା ଆଦାୟ କରା ଯାଇଛି । କଟକ ଡିସିପି ଟ୍ୱିଟ କରି ଏହି ସୂଚନା ଦେଇଛନ୍ତିା
ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାର କ୍ରାଇମ୍ ବ୍ରାଂଚ ତଦନ୍ତ ନିର୍ଦେଶ ଦେଲେ ଡିଜିପି
ଭୁବନେଶ୍ୱର – ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ ପୋଲିସ ମହାନିର୍ଦେଶକ ଅଭୟ କ୍ରାଇମ୍ ବ୍ରାଂଚ ତଦନ୍ତ ନିର୍ଦେଶ ଦେଇଛନ୍ତି । ଏ ନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି ।
ଉଲ୍ଲେଖନୀୟ ଯେ ଗତକାଲି ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜାତୀୟ ମାନବ ଅଧିକାର କମିସନ ଭୁବନେଶ୍ୱର ପୁଲିସ କମିସନଙ୍କୁ ନୋଟିସ୍ କରିଛନ୍ତି ।