ଭୁବନେଶ୍ୱର – ରାଜ୍ୟରେ ଆଉ ୧୨୦୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୩୦୩୭୮ କୁ ବୃଦ୍ଧି ପାଇଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆ ଯାଇଛି ।
ଆଜି ଚିହ୍ନଟ ହୋଇଥିବା ୧୨୦୩ ଜଣଙ୍କ ମଧ୍ୟରୁ ୭୫୮ ଜଣ ସଂଗରୋଧ କେନ୍ଦ୍ରରୁ ହୋଇଥିବା ବେଳେ ୪୪୫ ଜଣ ସ୍ଥାନୀୟ ଲୋକ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । କରୋନା ପଜିଟିଭ ମାମଲା ସାମନାକୁ ଆସିବା ପରେ ଏହି ବାବଦରେ କଂଟାକ୍ଟ ଟ୍ରେସିଂ ଓ ଅନ୍ୟ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରା ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକାଶ କରା ଯାଇଛି । ଆଜି ଚିହ୍ନଟ ହୋଇଥିବା କୋରୋନା ଆକ୍ରାନ୍ତ ମାନେ ମୋଟ ୨୮ ଟି ଜିଲ୍ଲାର ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି ।
ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଦିଆ ଯାଇଥିବା ସୂଚନା ଅନୁସାରେ ଗଂଜାମ ଜିଲ୍ଲାରେ ସବୁଠାରୁ ଅଧିକ ୨୫୦ ଟି ନୂଆ ମାମଲା ସାମନାକୁ ଆସିଛି ।
ଅନୁଗୁଳ ଜିଲ୍ଲାରେ ୧୫ , ବାଲେଶ୍ୱର ଜିଲ୍ଲାରେ ୨୦ ଜଣ, ବରଗଡ ଜିଲ୍ଲାରେ ୧୨, ଭଦ୍ରକ ଜିଲ୍ଲାରେ ୫୩ , ବଲାଙ୍ଗୀର ଜିଲ୍ଲାରେ ୬, ବୌଦ୍ଧ ଜିଲ୍ଲାରେ ୩, କଟକ ଜିଲ୍ଲାରେ ୯୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି ଦେବଗଡ ଜିଲ୍ଲାରେ ୮. ଢେଙ୍କାନାଳ ଜିଲ୍ଲାରେ ୩, ଗଜପତି ଜିଲ୍ଲାରେ ୭୨, ଜଗତସିଂହପୁର ଜିଲ୍ଲାରେ ୮, ଯାଜପୁର ଜିଲ୍ଲାରେ ୬୪, କଳାହାଣ୍ଡି ଜିଲ୍ଲାରେ ୪. କନ୍ଧମାଳ ଜିଲ୍ଲାରେ ୧୪, କେନ୍ଦ୍ରାପଡା ଜିଲ୍ଲାରେ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କେନ୍ଦୁଝର ଜିଲ୍ଲାରେ ୧୧, ଖୋର୍ଧା ଜିଲ୍ଲାରେ ୨୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟ ଜିଲ୍ଲାରେ ୬୬ ଜଣ, ମାଲକାନଗିରି ଜିଲ୍ଲାରେ ୬୫, ମୟୁରଭଂଜ ଜିଲ୍ଲାରେ ୧୬, ନବରଙ୍ଗପୁୁରରେ ୪, ନୟାଗଡ ଜିଲ୍ଲାରେ ୨୪, ପୁରୀ ଜିଲ୍ଲାରେ ୯, ରାୟଗଡା ଜିଲ୍ଲାରେ ୪୫, ସମ୍ବଲପୁର ଜିଲ୍ଲାରେ ୪୦, ସୋନପୁର ଜିଲ୍ଲାରେ ୪ ତଥା ସୁନ୍ଦରଗଡ ଜିଲ୍ଲାରେ ୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।